ଫୁଲବାଣୀ ପୌରପରିଷଦ ତରଫରୁ ” ସ୍ୱଚ୍ଛତା ହିଁ ସେବା ” କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦ ଏବଂ ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବ୍ୟାପାର ବିଭାଗର ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅଧିନସ୍ଥ ” ସ୍ୱଚ୍ଛତା ହିଁ ସେବା ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ପୌରପରିଷଦର ସମସ୍ତ କର୍ମକର୍ତ୍ତାଙ୍କ ସହ ମନୋରଞ୍ଜନ ସାହୁ ( DPM ,NHM କନ୍ଧମାଳ ), କୁମୁଦ ଚନ୍ଦ୍ର ସାହୁ ( VBDC , କନ୍ଧମାଳ ), ଡ଼ ରତିକାନ୍ତ ସାହୁ (BPHO ), ଡ଼ କୋୖସ୍ତଭ ରାଉତ ( ମୋ CHC ) , ମନୋରଞ୍ଜନ ମହାପାତ୍ର (VBDTS , ଜି ଉଦୟଗିରି ) ଅନ୍ୟମାନଂକ ମଧ୍ୟରେ ରାଜ କିଶୋର ସାହୁ , ସମସ୍ତ କର୍ମକର୍ତା , ଏ ବି ଓ ମୋହଦୟ ପ୍ରମୁଖ ଉପସ୍ଥିତ ରହି ସହରର ବିଭିନ୍ନ ଅଳିଆ ଆବର୍ଜନାକୁ ସଫା କରିବା ସହ ସହରରେ , ଘରେ , ନିଜ ଆଖପାଖରେ କିଭଳି ସ୍ୱଚ୍ଛତା ବଜାୟ ରଖିବେ ଏନେଇ ବାର୍ତା ମଧ୍ୟ ପ୍ରଦାନ କରିଥିଲେ । ପରିଶେଷରେ ଶ୍ରୀ ପ୍ରଭାତ ଶତପଥୀ ( CHC ଜି ଉଦୟଗିରି ) ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.