ଜଳୁଛି ଜଙ୍ଗଲ ଚୁପ ବନବିଭାଗ

ଫୁଲବାଣୀ – ଫୁଲବାଣୀ ନିକଟ ସୁଡୁରୁକୁମ୍ପା ରେଞ୍ଜ ଅଧୀନ ରଣିପଥର ମୂଲ୍ୟବାନ ଜଙ୍ଗଲ ଜଳୁଛି । ଏପଟେ ବନ ବିଭାଗ କର୍ମଚାରୀ ଓ ନିଆଁ ଲିଭା ସ୍ୱାର୍ଡ ଶୋଇଛି । କୁଆଡେ ଟିମ୍ ସତର୍କ ନଜର ରଖୁଥିବା ସହ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିବା କଥା କହୁଥିବା ବେଳେ ରେଞ୍ଜରଙ୍କ ଖାମଖିଆଲି ମନୋଭାବ ଓ ବେପରୁଆ କାରବାର ସାଙ୍ଗକୁ ଅନ୍ତରିକତା ଅଭାବ ଯୋଗୁଁ ମୂଲ୍ୟବାନ ଜଙ୍ଗଲ ନଷ୍ଟ ହେବାକୁ ଯାଉଛି । ସେହିପରି କାଠ ମାଫିଆ ମାନେ ରେଞ୍ଜର ବାବୁଙ୍କୁ ହାତ କରି ଲୁଟ କରିବାରେ ଲାଗିଛନ୍ତି ବୃକ୍ଷ ରୋପଣ ଓ ଚାରା ଉତ୍ପାଦନରେ ଅର୍ଥ ହେରଫେର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ବିଭିନ୍ନ କାମରେ ରେଞ୍ଜର ବାବୁ ମୋଟା ଅଙ୍କର କମିଶନ କୁଆଡେ ଦାବୀ କରୁଥିବା ଅଭିଯୋଗ ହେଉଛି । ଅଧୀନସ୍ଥ କର୍ମଚାରୀ ମାନଙ୍କୁ ଦୁର୍ବ୍ଯବହାର କରୁଥିବାରୁ କର୍ମଚାରୀ ମାନେ ଅସନ୍ତୋଷ ପ୍ରକାଶ କରୁଥିବା କୁହାଯାଉଛି । ଏନେଇ ଖୁବଶୀଘ୍ର ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.