ଜଙ୍ଗଲ ବିଭାଗର କାର୍ଯ୍ୟଦକ୍ଷତାକୁ ଭୂରି ଭୂରି ପ୍ରଶଂସା

ଫୁଲବାଣୀ – ଫୁଲବାଣୀ ନିକଟ ସୁଡୁରୁକୁମ୍ପା ରେଞ୍ଜ ଅଧୀନ ରଣିପଥର ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଉକ୍ତ ଅଗ୍ନିକାଣ୍ଡକୁ ଆୟତ୍ତ କରିବାରେ ସଫଳ ହୋଇଛି ବନବିଭାଗ। ଏନେଇ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ ଜଙ୍ଗଲ ବିଭାଗ ପ୍ରୋବେସନର ଆଇ ଏଫ୍ ଏସ୍ ରବି ମିନା ଓ ରେଞ୍ଜର ମାନସ ରଞ୍ଜନ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରାଯାଇଛି । ତେବେ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବା ଖବର ପାଇ ତୁରନ୍ତ ଏହାର ସମାଧାନ କରିଥିବାରୁ ବହୁ ଜଙ୍ଗଲି ଜୀବଜନ୍ତୁଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ମୂଲ୍ୟବାନ କାଠ ନଷ୍ଟ ମଧ୍ୟ ହୋଇ ନାହିଁ । ଏନେଇ ଜଙ୍ଗଲ ବିଭାଗର କାର୍ଯ୍ୟଦକ୍ଷତାକୁ ଅଞ୍ଚଳରେ ଭୂରି ଭୂରି ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.