କନ୍ଧମାଳ : କନ୍ଧମାଳ ଜିଲ୍ଲା ସଦର ଥାନା ଲାହାବାଡ଼ି ଗ୍ରାମ ନିକଟ 157 ନମ୍ବର ଜାତୀୟ ରାଜପଥରେ ପିକଅପ ଗାଡ଼ି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି !ମୃତ ମହିଳାଙ୍କ ନାମ ସତ୍ୟଭାମା ଦିଗାଲ ତାଙ୍କ ସ୍ୱାମୀଙ୍କ ନାମ ବେଣୁଧର ଦିଗାଲ ବୋଲି ଜଣାପଡ଼ିଛି !ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ସହିତ ଧକ୍କା ଦେଇଥିବା ଗାଡ଼ି ଚାଳକକୁ ଗିରଫ କରିବା ପାଇଁ ଗ୍ରାମବାସୀ ମାନେ ଜାତୀୟ ରାଜପଥରେ କାଠ ଗଣ୍ଡି ଏବଂ ପଥର ପକାଇ ରାସ୍ତାରୋକ କରିଛନ୍ତି !ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହିତ ଧକ୍କା ଦେଇଥିବା ପିକଅପ ଗାଡ଼ିକୁ ଜବତ କରିଛି ଏବଂ ରାସ୍ତାରୋକ କରିଥିବା ଲୋକଙ୍କୁ ବୁଝାସୁଝା କରୁଥିବା ଦେଖାଯାଇଛି !ସୂଚନା ଅନୁସାରେ, ମହିଳା ଜଣକ ରାସ୍ତା କଡ଼ରେ କୌଣସି କାମରେ ଠିଆ ହୋଇଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ପିକଅପ ଗାଡ଼ିଟି ମହିଳାଙ୍କୁ ଧକ୍କା ଦେଇଥିଲା !ଫଳରେ ମହିଳାଙ୍କ ଘଟଣା ସ୍ଥଳରେ ହିଁ ପ୍ରାଣବାୟୁ ଉଡିଯାଇଥିଲା, ଗାଡ଼ି ଚାଳକ ଏହା ଦେଖି ପିକଅପ ଗାଡ଼ିକୁ ସେଠାରେ ଛାଡ଼ି ଫେରାର ହୋଇଯାଇଛି !