କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା-୨୦୨୫ ଅବସରରେ ମହିଳା ମାନଙ୍କ ବିଭିନ୍ନ ପ୍ରତିଯୋଗୀତା

ଫୁଲବାଣୀ – ଆସନ୍ତା ଏପ୍ରିଲ ୨୭ରୁ ମେ ୮ଯାଏଁ ଦୀର୍ଘ ୧୨ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ୨୦୨୫ ଅବସରରେ ମହିଳା ମାନଙ୍କ ମଧ୍ୟରେ ଶାଢ଼ୀ ପିନ୍ଧି ଦଉଡିବା, ମ୍ୟୁଜିକ୍ ଚେୟାର, ଆଳୁ ଚାମଚ , ପ୍ରତିଯୋଗୀତା ସହ ଏକ ମିନଟ ମଧ୍ୟରେ ରସଣ ଛଡ଼ାଇବା, ବେଲୁନ ଫୁଙ୍କିବା, ହୁଳହୁଳି ଆଦି ବିଭିନ୍ନ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥଲl
ଏଥିରେ ୧୯ଜଣ ମହିଳା କୃତକାର୍ଯ୍ୟ ହୋଇଥିଲେ l ସମସ୍ତ କୃତି ପ୍ରତିଯୋଗୀ ଙ୍କୁ ଆସନ୍ତା ୨୭ ରେ ସ୍ଥାନୀୟ କରୋନେସନ ପଡ଼ିଆ ଠାରେ ଆୟୋଜିତ କନ୍ଧ ମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ର ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯିବ ବୋଲି କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ପାଳନ କମିଟିର ଅଧକ୍ଷ ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ସୁଚନା ଦେଇଛନ୍ତି। ସମସ୍ତ ପ୍ରତିଯୋଗୀତା ଗୁଡିକୁ ଉତ୍ସବ କମିଟି ସଦସ୍ୟା ମୁସ୍କାନ ସୁଆର୍, ବିରlଯିନୀ ମହାପାତ୍ର, ରୁପମ୍ବିକା ତ୍ରିପାଠୀଙ୍କ ସମେତ ବରିଷ୍ଠ ସାମ୍ବାଦିକ ତଥା ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ପରିଚାଳନା କମିଟି ସଭାପତି ସୁନୀଲ ପଟ୍ଟନାୟକ, ସଂପାଦକ କାହ୍ନୁ ଚରଣ ଶତପଥୀ,ଉପସଭାପତି ସୁଜିତ କୁମାର ବେହେରା, କୋଷାଧ୍ୟକ୍ଷ ପ୍ରଶନ୍ନ ସ୍ବାଇଁ,, ସଦସ୍ୟ ଦିଲ୍ଲୀପ ମହାପାତ୍ର, ଆଇନଜୀବି ଅଶୋକ ବେହେରା, ଦିନେଶ ବେହେରା, ଅଶୋକ ମହାନ୍ତି, ଏମ ଡି ଚିଷ୍ଟି, ମହାଦେବ ସାହୂ, ସାମ୍ୱାଦିକ ସନ୍ତୋଷ ଦିଗାଲ ପରାମର୍ଶଦାତା ତଥା ବରିଷ୍ଠ ସାମ୍ବାଦିକ ଡ ଅରୂପ ଜେନା ପ୍ରମୁଖ ଉପସ୍ଥିତ ରହି ଆୟୋଜନ କରି ଥିଲେ l

Leave A Reply

Your email address will not be published.