ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍ ଜୋଙ୍ଗ୍ ଉନ ବୋଲି କୁହାଯାଇଥାଏ। ଅନେକ ସମୟରେ ତାଙ୍କ ଭଉଣୀ କିମ୍ ୟୋ-ଜଙ୍ଗଙ୍କ ମଧ୍ୟ କ୍ଷମତାଶାଳୀ ବୋଲି କୁହାଯାଇଥାଏ। କିନ୍ତୁ କିମ୍ ରାଜବଂଶ କ’ଣ ପ୍ରକୃତରେ ଉତ୍ତର କୋରିଆରେ କ୍ଷମତାର ପ୍ରକୃତ ଚାବିକାଠି କି ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସାମ୍ପ୍ରତିକ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଦେଶର ଲୋକଙ୍କ ବିଶ୍ୱାସକୁ ଦୋହଲାଇ ଦେଇଛି।ଦକ୍ଷିଣ କୋରିଆ ସଂସଦ ଦ୍ୱାରା କରାଯାଇଥିବା ଗବେଷଣାରେ ଦାବି କରାଯାଇଛି ଯେ, କିମ୍ ଜୋଙ୍ଗ୍ ଉନଙ୍କ ପଛରେ ଆଉ ଜଣେ ବ୍ୟକ୍ତି ଚୁପଚାପ୍ କ୍ଷମତାର ଏକ ସାମ୍ରାଜ୍ୟ ନିର୍ମାଣ କରୁଛନ୍ତି। ଏହି ବ୍ୟକ୍ତିଙ୍କ ନାମ ଚୋ ରିୟୋଙ୍ଗ। ଏହି ବ୍ୟକ୍ତି କିମ୍ଙ୍କ ପଦବୀ ପାଇଁ ବିପଦ। ଉତ୍ତର କୋରିଆର ସଂସଦ, ସୁପ୍ରିମକୋର୍ଟ ପିପୁଲ୍ସ ଆସେମ୍ବଲିର ମୁଖ୍ୟ ଚୋଏ ରାଇଙ୍ଗ ହେ ଏବେ କେବଳ ଏକ ନାମ ନୁହେଁ ବରଂ କ୍ଷମତାର ଏକ ଶକ୍ତିଶାଳୀ କେନ୍ଦ୍ର। ରିପୋର୍ଟ ଅନୁଯାୟୀ, ସେ ଦେଶ ଭିତରେ ଏତେ ପ୍ରଭାବଶାଳୀ ନେଟୱାର୍କ ସୃଷ୍ଟି କରିଛନ୍ତି। ଏହା କେବଳ ସରକାରଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରୁନାହିଁ ବରଂ ପାରମ୍ପରିକ କ୍ଷମତା କେନ୍ଦ୍ରକୁ ମଧ୍ୟ ଚ୍ୟାଲେଞ୍ଜ କରୁଛି। କିମ୍ ପରିବାରର ନିକଟତର ବୋଲି ବିବେଚନା କରାଯାଉଥିବା ଚୋ ୨୦୧୭ ମସିହାରେ ସଂଗଠନ ଏବଂ ମାର୍ଗଦର୍ଶନ ବିଭାଗ (ଓଜିଡି)ର ନିର୍ଦ୍ଦେଶକ ହୋଇଥିଲେ ଏବଂ ସେବେଠାରୁ ତାଙ୍କୁ କିମ୍ଙ୍କ ପରେ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଭାବରେ ବିବେଚନା କରାଯାଉଛି। ରିପୋର୍ଟ ଅନୁଯାୟୀ, ଚୋଙ୍କ ନିକଟତର ଲୋକମାନେ ଦଳ, ସେନା ଏବଂ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦବୀରେ ପହଞ୍ଚିଛନ୍ତି। ବରିଷ୍ଠ ସେନା ଅଧିକାରୀ ରି ୟୋଙ୍ଗ ଗିଲ୍, ନୋ କ୍ୱାଙ୍ଗ ଚୋଲ୍ ଏବଂ କିମ୍ ସୁ ଗିଲ୍ ଚୋଙ୍କ ପୂର୍ବତନ ସହଯୋଗୀ ଏବଂ ବର୍ତ୍ତମାନ ସେନାରେ ଉଚ୍ଚ ପଦବୀରେ ଅଛନ୍ତି। ସେହି ସମୟରେ, ଚୋଙ୍କ ନେଟୱାର୍କ ଯୋଗୁ କ୍ୟାବିନେଟ୍ ପ୍ରିମିୟର ପାକ୍ ଥେ ସୋଙ୍ଗ୍ଙ୍କ ଭଳି ନେତା ମଧ୍ୟ ଉଭା ହୋଇଛନ୍ତି। କିମ୍ଙ୍କ ଭଉଣୀ ଏବେ ଦେଶର କ୍ଷମତା ଦୌଡ଼ରେ ନାହାନ୍ତି ବୋଲି କୁହାଯାଉଛି। ରିପୋର୍ଟରେ କୁହାଯାଇଛି ଯେ, ଏହି ବର୍ଦ୍ଧିତ ଶକ୍ତି ସର୍ବୋଚ୍ଚ ନେତା ବ୍ୟବସ୍ଥା ମଧ୍ୟରେ ଆବଶ୍ୟକୀୟ ସନ୍ତୁଳନକୁ ବିଚଳିତ କରୁଛି।