ଫୁଲବାଣୀ : ଆଜି ଫୁଲବାଣୀ କେନ୍ଦୁପତ୍ର ଡିଏଫଓ ଙ୍କ କାର୍ଯ୍ୟାଳୟର ସମ୍ମୁଖରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଫୁଲବାଣୀ ଡିଭିଜନ କମିଟି ପକ୍ଷରୁ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ବଜେଟ ପ୍ରାପ୍ତ ୧୦୦ କୋଟି ଟଙ୍କାରୁ ୫୦ କୋଟି ଟଙ୍କା କାଟି ଦେବା, ସରକାରୀ ଘୋଷଣା ସତ୍ତ୍ୱେ କନ୍ୟା ବିବାହ ସହାୟତା ପ୍ରଦାନରେ ବିଳମ୍ୱ ଓ ଅବହେଳା କରୁଥିବା, ସର୍ବନିମ୍ନ ମଜୁରୀ ବୃଦ୍ଧି ଗତ ଜୁଲାଇ ମାସରୁ ହୋଇଥିଲେ ମଧ୍ୟ ଦୀର୍ଘ ୯ ମାସ ଅତିବାହିତ ହୋଇଯାଇଥିଲେ ବ ଶିଜିନାଲ କର୍ମଚାରୀ ମାନଙ୍କର ମାସିକ ମଜୁରୀ ବୃଦ୍ଧି ହୋଇ ନ ଥିବା ଏବଂ ବନ୍ଧେଇ ଶ୍ରମିକ ମାନଙ୍କର ପିସ୍ ରେଟ୍ ବୃଦ୍ଧି ହୋଇନଥିବା ଏବଂ ବିଶେଷ ଭାବରେ ସଂଘର ବହୁ ଦିନର (କେ ଏଲ ଡି ବି) ଗଠନ ଦାବୀ ସରକାର ପୁନର୍ଗଠନ କରିଥିଲେ ମଧ୍ୟ ତୃଟି ପୂର୍ଣ୍ଣ ଭାବରେ ଏହା ଗଠନ କରାଯାଇ ଥିବାରୁ ଏସବୁର ପ୍ରତିବାଦରେ ଏବଂ ଅନ୍ୟାନ୍ୟ ସାମାଜିକ ନିରାପତ୍ତା ମୂଳକ ଆର୍ଥିକ ସହାୟତା ପ୍ରଦାନରେ ବିଳମ୍ୱ ଏବଂ ଉଲ୍ଲେଖନୀୟ ବିଷୟ ଯେ କେନ୍ଦୁପତ୍ର ତୋଳାଳୀ ମାନଙ୍କର ନିର୍ବାଚନ ଇସ୍ତାହାରରେ କେରି ପ୍ରତି ଦର ବୃଦ୍ଧି କରିବା ଘୋଷଣା ହୋଇଥିବା ସୁଦ୍ଧା କେନ୍ଦୁପତ୍ର ସଂଗ୍ରହ ଆରମ୍ଭ ହୋଇଥିଲେ ମଧ୍ୟ କେରି ପ୍ରତି ଦର ବୃଦ୍ଧି ହୋଇ ନଥିବା ଯୋଗୁଁ ଗଭୀର ଅସନ୍ତୋଷ ପ୍ରକାଶ କରାଯାଇ ଶୀଘ୍ର ଦରବୃଦ୍ଧି ଘୋଷଣା କରିବାକୁ ଦାବୀ କରାଯାଇଥିଲା । ଏହା ସହିତ କେନ୍ଦୁପତ୍ର ସଂସ୍ଥାରୁ ସଂଗ୍ରହ କରାଯାଉଥିବା ୧୮ % ଜି ଏସ ଟି କୁ ବାତିଲ କରିବା ଏବଂ ଏହି ବାବଦରେ ଅସୁଲ ଅର୍ଥ କୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଫେରସ୍ତ କରି ସାମାଜିକ ଯୋଜନା ମାଧ୍ୟମରେ ତୋଳାଳୀ ଓ କର୍ମଚାରୀ ଙ୍କୁ ପ୍ରଦାନ କରିବା ପାଇଁ ଦାବୀ ଉପସ୍ଥାପନ କରାଯାଇଥିଲା।
ଆଜିର ଏହି ଧାରଣା ଓ ଘେରାଉ କାର୍ଯ୍ୟ କ୍ରମରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଡିଭିଜନ ସମ୍ପାଦକ ଶ୍ରୀ ସରୋଜ କର୍ଣ୍ଣ ସଭାପତିତ୍ବ କରି ବିଭିନ୍ନ ସାମାଜିକ ଯୋଜନା କୁ ସରକାର ଅବହେଳା କରୁଥିବା ଯୋଗୁଁ ତୋଳାଳୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ପ୍ରକାଶ କରିଥିଲେ। ସଂଗଠନ ସମ୍ପାଦକ ଶ୍ରୀ ସଂଜିତ କୁମାର ମହାନ୍ତି ଉଦବୋଧନ ଦେଇ ଉ ସରକାରଙ୍କର ଅବହେଳାର ତୀବ୍ର ସମାଲୋଚନା କରି ଉପରୋକ୍ତ ଦାବୀ ଗୁଡ଼ିକ ଶୀଘ୍ର ପୂରଣ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ଅବହେଳା ହେଲେ ତୋଳାଳୀ ଏବଂ ଶ୍ରମିକ ଆଗାମୀ ଦିନରେ ବୃହତ୍ତର ଲଢେଇ ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଥିଲେ। । ଏହାପରେ ଡି ଏଫ୍ ଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବୀ ପତ୍ରର ପ୍ରତିଲିପି ଜଙ୍ଗଲ ମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପି.ସି.ସି.ଏଫ୍ ଙ୍କୁ ଦିଆଯାଇଛି । ଏଥିରେ ଶହ ଶହ ତୋଳାଳୀ ଓ ଶ୍ରମିକ ମାନେ ଦସଖସ୍ତ କରିଛନ୍ତି । ଶେଷରେ କୁହାଯାଇଛି ଯେ, କନ୍ୟା ବିବାହ ସହାୟତା ଦେବାରେ ଯଦି ଅବହେଳା କରାଯାଏ ତାହେଲେ ସାରା ରାଜ୍ୟରେ ଡି ଏଫ୍ ଓ କାର୍ଯ୍ୟାଳୟରେ ଘେରାଉ କରାଯିବ । ଏହି ଧାରଣା ଓ ଘେରାଉ କାର୍ଯ୍ୟକ୍ରମରେ ସଂଘର ରାଜ୍ୟର ସାଂଗଠାନିକ ସମ୍ପାଦକ ଶ୍ରୀ ସଂଜିତ ମହାନ୍ତି, ରାଜ୍ୟ ସମ୍ପାଦକ ତଥା ଡିଭିଜନ ସମ୍ପାଦକ ସରୋଜ କର୍ଣ୍ଣ, ମିଡିଆ ସଂଯୋଜକ ଦେବ୍ ଜ୍ୟୋତି ପଟ୍ଟନାୟକ, କୀର୍ତ୍ତନ ବେହେରା, ଲକ୍ଷ୍ମଣ ସାହୁ, କଳାକାର ବେହେରା, ମୁନା ମହାନ୍ତି, ଦଶମଳ ମିଶ୍ର, ରାଧାକାନ୍ତ ପ୍ରଧାନ, ଶ୍ରପତି ମଲ୍ଲିକ, ସନାତନ ଗୌଡ଼, ପିଣ୍ଟୁ ଗୌଡ଼ , ରମେଶ ନାୟକ, ବସିଆ କୁଅଁର, ଶିବ ସାହୁ, ଭିକାରୀ ବାରିକ ରବିଁ ବାରିକ, ତ୍ରିନାଥ ସାହୁ, ଟେଣୁ ବଗର୍ତ୍ତି, ପ୍ରେମାନନ୍ଦ ରଣା ଏବଂ ଅନୁଷୟା ଦେହୁରୀ, ସମିତା କହଁର, ଇନ୍ଦିରା କହଁର, ସୁବର୍ଣ୍ଣ। ପ୍ରଧାନ, ରଞ୍ଜିତା ମାଝୀ ତୋଳାଳୀ ପ୍ରତିନିଧି ପ୍ରମୁଖ ଧାରଣାରେ ବକ୍ତବ୍ୟ ରଖିଥିଲେ ।
