୫ ହଜାର ଭିକାରିଙ୍କୁ ଦେଶରୁ ବାହାର କଲା ସାଉଦି

ଦୁବାଇ: ପାକିସ୍ତାନ ପୁଣି ଥରେ ଅନ୍ତର୍ଜାତୀୟସ୍ତରରେ ଅପମାନିତ ହୋଇଛି ଏବଂ ଏହି ଅପମାନ ପାଇଁ ଦାୟୀ ହେଉଛନ୍ତି ପାକିସ୍ତାନୀ ନାଗରିକ। ସମୟ ସମୟରେ ପାକିସ୍ତାନ ସରକାର ଆଇଏମଏଫ ଏବଂ ଆରବ ଦେଶମାନଙ୍କ ପାଖକୁ ସାହାଯ୍ୟ ପାଇଁ ଯାଇଥାନ୍ତି। କେବଳ ସରକାର ନୁହେଁ ବରଂ ପାକିସ୍ତାନର ଲୋକମାନେ ମଧ୍ୟ ହାତରେ ପାତ୍ର ଧରି ବିଦେଶରେ ଭିକ୍ଷା ମାଗିବାର ଏକ ବ୍ୟବସାୟ କରିଛନ୍ତି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ମହମ୍ମଦ ଆସିଫ କହିଛନ୍ତି ଯେ, ସାଉଦି ଆରବ ୪,୭୦୦ ରୁ ଅଧିକ ପାକିସ୍ତାନୀ ଭିକାରିଙ୍କୁ ଗିରଫ କରି ଦେଶାନ୍ତର କରିଛି। ପାକିସ୍ତାନୀ ଖବରକାଗଜ ଡନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଖୱାଜା ଆସିଫ ଏହା ମଧ୍ୟ କହିଛନ୍ତି ଯେ ପାକିସ୍ତାନରେ ପ୍ରାୟ ୨ କୋଟି ୨୦ ଲକ୍ଷ ଭିକାରୀ ଅଛନ୍ତି, ଯେଉଁମାନେ ପ୍ରତିବର୍ଷ ୪୨ ବିଲିୟନ ଟଙ୍କା ଦାନ ସଂଗ୍ରହ କରନ୍ତି। ତଥାପି, ବିଦେଶରେ ଭିକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପାକିସ୍ତାନର ଛବି ଖରାପ ହେଉଛି। ଆସିଫ୍ କହିଛନ୍ତି ଯେ, ସରକାର ପାକିସ୍ତାନର ଅର୍ଥନୀତିକୁ ଉନ୍ନତ କରିବା ପାଇଁ ପଦକ୍ଷେପ ନେଉଛନ୍ତି। ସରକାର ୨୦୩୫ ସୁଦ୍ଧା ପାକିସ୍ତାନକୁ ୧୦୦ ବିଲିୟନ ଡଲାରର ରପ୍ତାନି ଅର୍ଥନୀତି ଭାବରେ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି।

Leave A Reply

Your email address will not be published.