ଫୁଲବାଣୀ- ଶିଶୁ ଓ ମାତୃ ମୃତ୍ୟୁ ହାରକୁ କମାଇବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ସ୍ୱାସ୍ଥ୍ୟ, ପୋଷଣ ଓ ସ୍ୱଚ୍ଛତା ବାର୍ତା ଦେଉଥିବା ମମତା ଦିବସ ହେଉଛି ଏକ ବଳିଷ୍ଠ ଯୋଜନା । ଏହା ପ୍ରତି ସପ୍ତାହର ମଙ୍ଗଳ ଓ ଶନିବାର ଦିନ ନିର୍ଧାରିତ ଅଙ୍ଗନଓାଡି କେନ୍ଦ୍ରରେ ଗର୍ଭବତୀ, ପ୍ରସୁତି, ୬ ମାସରୁ ୦୩ ବର୍ଷ ବୟସର ଶିଶୁ ଓ କିଶୋରୀ ବାଳିକା ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ । ହିତାଧିକାରୀ ମାନଙ୍କର ବିଭିନ୍ନ ପରିକ୍ଷା ନିରିକ୍ଷା କରିବା ସହିତ ବିପଦ ସଂକୁଳ ପରିସ୍ଥିତିରେ ଥିବା ହିତାଧିକାରୀଙ୍କୁ ମଧ୍ୟ ପ୍ରେରିତ ସେବା ଯୋଗାଇ ଦିଆଯାଇଥାଏ । ଏହି ପରିପ୍ରେକ୍ଷିରେ ଟିକାବାଲି ବ୍ଲକ୍ ସ୍ଥିତ ଗାର୍ଡିଙ୍ଗିଆ ଅଙ୍ଗନବାଡି କେନ୍ଦ୍ର ଠାରେ ସାରଣୀ ଅନୁସାରେ ମମତା ଦିବସ ମହିଳା ସ୍ୱାସ୍ଥ୍ୟ କର୍ମୀ ନିରଦା ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ସେ ଗର୍ଭବତୀ ମାନଙ୍କର ସ୍ୱାସ୍ଥ୍ୟ ପରିକ୍ଷା କରିବା ସହିତ ମମତା କାର୍ଡ ଯାଂଚ କରି ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଓ ପୋଷଣ ଯନିତ ସେବା ଯୋଗାଇ ଥିଲେ । ତାଙ୍କ ସହିତ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଯୋନସ କୁମାର ଦିଗାଲ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ସ୍ୱାତୀ ଅନୁଷ୍ଠାନ ତରଫରୁ ସ୍ୱାସ୍ଥ୍ୟ ସଂଯୋଜକ ବିଶ୍ୱରଞନ କର ଉପସ୍ଥିତ ହିତାଧିକାରୀ ମାନଙ୍କୁ ମମତା ଦିବସରେ ମିଳୁଥିବା ସେବା ଗୁଡିକ କିପରି ଫଲପ୍ରଦ ହେବ ସେ ବିଷୟରେ ସୂଚନା ଦେଇଥିଲେ । ମମତା ଦିବସରେ ପ୍ରତ୍ୟେକ ଥର ନୂଆ ନୂଆ ବିଷୟ ବସ୍ତୁ ଉପରେ ଆଲୋଚନା ମଧ୍ୟ ହୋଇଥାଏ ଯାହାକି ସମସ୍ତ ହିତାଧିକାରିଙ୍କୁ ସ୍ୱାସ୍ଥ୍ୟ ଓ ପୃଷ୍ଟି ଶିକ୍ଷା ଦେବା ପାଇଁ ସହଯ ହୋଇଥାଏ । ସେହିପରି ଆଜି ଛତିଝାର ମା ଗୃହ ତରଫରୁ ନିରୁପମା କହଁର ଓ ସୁନେମିୟା ଦିଗାଲ ଉପସ୍ଥିତ ରହି ମା ଗୃହର ସେବା ଓ କାର୍ଯ୍ୟକ୍ରମ ବିଷୟରେ ବୁଝାଇବା ସହିତ ଦୁଇ ଜଣ ଗର୍ଭବତୀ ଙ୍କୁ ମା ଗୃହରେ ଆଡିମିଶନ୍ ପାଇଁ ଆଣିବାରେ ସକ୍ଷମ ହୋଇ ପାରିଛନ୍ତି । ଏଥିସହିତ ଆଶା କର୍ମୀ ଚିନମା ଦିଗାଲ ଓ ଯୋତ୍ସ୍ନା ପ୍ରଧାନ ଏବଂ ଅଙ୍ଗନଓାଡି କର୍ମୀ ଲିଳାବତୀ ଦିଗାଲ ଓ କୁମୁଦିନୀ ପ୍ରଧାନ ଯୋଗଦେଇ ଗର୍ଭବତୀ ଓ ପ୍ରସୁତୀ ମାନଙ୍କର ଉପସ୍ଥାନ କୁ ସୁନିଶ୍ଚିତ କରିବା ସହିତ ଆଗାମି ଦିବସ ପାଇଁ ଡିୟ୍ୟୁ ଲିଷ୍ଟ ପ୍ରସ୍ତୁତ କରିଥିଲେ । ଏହିପରି ମମତା ଦିବସ ଗୁଡୁକର ଆଲୋଚନା ମା ଗୃହ ଗୁଡିକରେ ଉପସ୍ଥାନ ବଢାଇବାରେ ସାହାଯ୍ୟ କରିଆସୁଛି ଏବଂ ଏହା ସରକାରଙ୍କ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସିଧାସଳଖ ଭାବରେ ସକରାତ୍ମକ ପ୍ରଭାବ ପକାଉଛି କହିଲେ ଅତ୍ୟୂକ୍ତି ହେବ ନାହିଁ ।