ବୋଲେରୋ ପିକଅପ ସହ ୯୫ କିଲୋ ଗଞ୍ଜେଇ ଜବତ ଜଣେ ଆନ୍ତ ଜିଲ୍ଲା ଗଞ୍ଜେଇ ମାଫିଆ ଗିରଫ

ଫିରିଙ୍ଗିଆ- କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ପୋଲିସ ଏକ ବୋଲେରୋ ପିକଅପ ସହ ୯୫ କିଲୋ ଗଂଜେଇକୁ ଜବତ କରିବା ସହ ଏହି ଘଟଣାରେ ଜଣେ ଆନ୍ତ ଜିଲ୍ଲା ଗଞ୍ଜେଇ ମାଫିଆକୁ ଗିରଫ କରିବାରେ ସଫଳ ହୋଇଛି I ତେବେ ଗିରିଫ ଅଭିଯୁକ୍ତ ଜଣକ ନୟାଗଡ଼ ଜିଲ୍ଲା ଇଟାମାଟି ଅଂଚଳର ସୁନୀଲ କୁମାର ମଲ୍ଲିକ ବୋଲି ଜଣାପଡିଛି I ସୂଚନା ଅନୁସାରେ ଏକ ବୋଲେରୋ ପିକଅପରେ ଫିରିଙ୍ଗିଆ ଅଂଚଳରୁ ନୟାଗଡ଼ ଅଂଚଳକୁ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ସଦର ଥାନା ପୋଲିସକୁ ଖବର ମିଳିଥିଲା I ପରେ ଖବର ପାଇ ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏକ ଟିମ ଫୁଲବାଣୀ ଫିରିଙ୍ଗିଆ ମୁଖ୍ୟ ରାସ୍ତାର କସାକାଠି ଛକ ନିକଟରେ ଉକ୍ତ ବୋଲେରୋ ପିକଅପକୁ ଧରିବାରେ ସଫଳ ହୋଇଥିଲେ I ତେବେ ଧରା ହୋଇଥିବା ବୋଲେରୋ ପିକଅପରେ ରୀତିମତ ଭାବରେ ନୟାଗଡ଼ ଅଂଚଳରୁ ବିଭିନ୍ନ ପ୍ରକାର ସାମଗ୍ରୀ ଫିରିଙ୍ଗିଆ ଅଂଚଳକୁ ରପ୍ତାନି କରିବା ବାହାନାରେ ଏହି ଅଂଚଳରୁ ଗଞ୍ଜେଇ ଚାଲାଣ କରୁଥିବା ଓ ଗିରଫ ଅଭିଯୁକ୍ତ ଜଣକ ଜଣେ ପେସାଦାର ଗଞ୍ଜେଇ ମାଫିଆ ବୋଲି ପୋଲିସ ର ପ୍ରାଥମିକ ତଦନ୍ତରୁ ଜଣାପଡିଛି I ଅନ୍ୟପଟେ ଏହି ଘଟଣାରେ ଫୁଲବାଣୀ ସଦର ଥାନାରେ ୯୭/୨୦୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଜବତ ଗଞ୍ଜେଇ ସହ ସୋମବାର କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାଏକ I

Leave A Reply

Your email address will not be published.