ଫିରିଙ୍ଗିଆ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପକାରୀ ପଞ୍ଚାୟତ ସିପାଞ୍ଜିରୀ ନିକଟ ଇର୍ପି ସରୁ ଗାଁରେ ଜଳ ସଙ୍କଟ ଦେଖା ଦେଇଛି l ସରକାରଙ୍କ ଗ୍ରାମାଞ୍ଚଳରେ ପାଣି ଯୋଗାଇବା ଯୋଜନା ଏମାନଙ୍କ ପାଇଁ ସାତ ସପନ ପାଲଟିଛି ଆଜି ପର୍ଯ୍ୟନ୍ତ ଏହି ଗାଁରେ ବସୁଧା ଯୋଜନା ହେଉ କି ପିଇବା ପାଣି ବ୍ୟବସ୍ଥା ନଥିବାରୁ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧା ର ସମୁଖୀନ ହେଉଛନ୍ତି l ସୂଚନା ଅନୁସାରେ ପକାରୀ ପଞ୍ଚାୟତ ର ୪ ନମ୍ବର ୱାର୍ଡ ଏହି ଇର୍ପି ସରୁ ଗାଁରେ ୧୭ ରୁ ଅଧିକ ପରିବାର ରହିଆସୁଛନ୍ତି ଏହି ଗାଁରେ ଏମାନଙ୍କ ପାଇଁ ସରକାରଙ୍କ ତରଫରୁ ଏକ ନଳକୂପ ଖୋଲାଯାଇଥିବା ବେଳେ ତାହା ଦୀର୍ଘ ଦିନରୁ ଅଚଳ ହୋଇ ଭଙ୍ଗା ଅବସ୍ଥାରେ ପଡିରହିଥିବା କହିଛନ୍ତି ଇର୍ପି ସରୁ ଗ୍ରାମ ବାସୀ l ବର୍ତମାନ ପ୍ରବଳ ଖରା ସାଙ୍ଗକୁ ସମସ୍ତ ନାଳ ଓ ଚୁଆ ସୁଖୀ ଯାଇଥିବା ବେଳେ ନାଳ ମଝିରେ କିମ୍ବା ବିଲରେ ଥିବା ଚୁଆ ର ପାଣି ଆଣି ଏହି ଗ୍ରାମବାସୀ ପିଇବା ଓ ଅନ୍ୟାନ୍ୟ ଆବଶ୍ୟକୀୟ ମେଣ୍ଟାଉଛନ୍ତି l ପାଣି ପାଇଁ ଅସୁବିଧା ହେତୁ ଡହଳ ବିକଳ ହୋଇ ବାଧ୍ୟ ହୋଇ ଗାଁରେ ଥିବା ଗୋଷ୍ଠୀ ଗୃହରେ ଏହି ୪ ନମ୍ବର ୱାର୍ଡ ର ୱାର୍ଡ ସଭ୍ୟ ଙ୍କ ସହ ସମାଜ ସେବୀ ଓ ବିଜେପି ନେତା ବାବୁଲା କହଁର ଙ୍କ ସହ ସମସ୍ତ ଗ୍ରାମବାସୀ ଏକ ବୈଠକ କରି ପାଣି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଛନ୍ତି l ତୁରନ୍ତ ଏହି ଇର୍ପି ସରୁ ଗାଁରେ ପିଇବା ପାଣି ଯୋଗାଇବାକୁ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଭେଟି ଏହାର ସମାଧାନ କରିବା ପାଇଁ ଦାବୀ କରିବେ ବୋଲି କହିଛନ୍ତି ଗ୍ରାମବାସୀ l