କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବିଶ୍ବବ୍ୟାପୀ ନିନ୍ଦା, ଗଭୀର ଦୁଃଖପ୍ରକାଶ କଲେ ଆମେରିକା ରାଷ୍ଟ୍ରପତି

କାଶ୍ମୀର: କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବିଶ୍ବବ୍ୟାପୀ ନିନ୍ଦା ।  ଘଟଣାରେ ଗଭୀର ଦୁଃଖପ୍ରକାଶ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଛନ୍ତି ଆତଙ୍କବାଦ ବିରୋଧରେ ଆମେରିକା ଭାରତ ସହ ଠିଆ ହୋଇଛି । ଏଭଳି ଘଟଣାରେ ଆମେରିକା ଗଭୀର ସମବେଦନା ଜଣାଉଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଡ଼ା ଶବ୍ଦରେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି ।  ଏଭଳି ବର୍ବରକାଣ୍ଡ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ସେହିପରି ଆତଙ୍କବାଦୀ ଆକ୍ରମଣକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ତୀବ୍ର ନିନ୍ଦା କରିଛନ୍ତି ।  ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ ପାଇଁ ଭାରତ ସହ ଇସ୍ରାଏଲ ରହିଛି ବୋଲି ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ।  ଜର୍ମାନ ଚାନସେଲର ଓଲଫ ସ୍କୋଲାଜ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି । ମୃତକଙ୍କ ଉଦ୍ଦେଶ୍ୟରେ ଗଭୀର ଶୋକ ପ୍ରକାଶ ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେହିପରି ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟର୍ମର ମଧ୍ୟ ଘୋର ନିନ୍ଦା କରିଛନ୍ତି । ଏପରି ଘଟଣାରେ ଭାରତ ସହ ବ୍ରିଟେନ ରହିଛି ବୋଲି ସେ କହିଛନ୍ତି । ସୂଚନା ଅନୁସାରେ ଗତକାଲି କଶ୍ମୀରରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼ରେ ୨୭ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି ।  ଆକ୍ରମଣରେ ୨ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି । ମୃତକଙ୍କ ମଧ୍ୟରେ ବାଲେଶ୍ବର ଜିଲ୍ଲାର ଜଣେ ପର୍ଯ୍ୟଟକ ରହିଛନ୍ତି । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାଁଓ ଅଞ୍ଚଳରେ ହୋଇଛି ଆତଙ୍କବାଦୀ ଆକ୍ରମଣ ।  ପର୍ଯ୍ୟଟକ ମାନେ ଏକ ବଜାରରେ ଥିବା ବେଳେ ହଠାତ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ ।  ପୋଲିସ ଓ ସେନା ୟୁନିଫର୍ମରେ ଆସି ଗୁଳିବର୍ଷା କରିଥିଲେ ।  ବର୍ବର ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ।

Leave A Reply

Your email address will not be published.