LOCରେ ବର୍ଷୁଛି ଗୁଳି । ଏକାଧିକ ପାକିସ୍ତାନୀ ପୋଷ୍ଟରୁ ଗୁଳିମାଡ଼ ହେଉଛି । ଏଲଓସିର ବିଭିନ୍ନ ସ୍ଥାନରୁ ଗୁଳିମାଡ଼ ହେଉଛି । ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଟେନସନ୍ ବଢ଼ୁଥିବା ବେଳେ ଅଶାନ୍ତ ହୋଇଛି ଏଲଓସି । ପାକିସ୍ତାନ ସେନାର ଘନଘନ ଗୁଳିମାଡ଼ କରୁଛି ।
ଏହାର ମୁହଁତୋଡ଼ ଜବାବ ଦେଉଛି ଭାରତ । ଭାରତୀୟ ଯବାନ ପାଲଟା ଗୁଳି ବର୍ଷା କରୁଛନ୍ତି । ଗତକାଲି ରାତିରୁ ଆଶନ୍ତ ହୋଇ ଉଠିଛି ଏଲଓସି । ଶିମଲା ଚୁକ୍ତିରୁ ପାକିସ୍ତାନ ଓହରି ଯିବାକୁ ଗତକାଲି ଘୋଷଣା କରିଥିଲା। ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ଜୁଲାଇ ୨, ୧୯୭୨ରେ ସିମଲା ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।

ସିମଲା ଚୁକ୍ତି ଅନୁସାରେ ଉଭୟ ଭାରତ ଓ ପାକିସ୍ତାନ ଦୁଇ ଦେଶର ସୀମାକୁ ନୂଆ ନାଁ ଅର୍ଥାତ୍ ଲାଇନ୍ ଅଫ କଣ୍ଟ୍ରୋଲ ବା ଏଲଓସି ଭାବେ ସ୍ୱୀକାର କରିଥିଲେ । ଏହି ଚୁକ୍ତିକୁ ପାକିସ୍ତାନ ବାତିଲ କରିଛି । ଅର୍ଥାତ ଏଲଓସି ମାନ୍ୟତାକୁ ଏବେ ଅସ୍ବୀକାର କରିବ ପାକିସ୍ତାନ ।