ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଗୃହ ମନ୍ତ୍ରୀ ଅମିତ ଶାହ, ପାକିସ୍ତାନୀଙ୍କୁ ଖୋଜି ଖୋଜି ତୁରନ୍ତ ବିଦା କରିବାକୁ ନିର୍ଦ୍ଦେଶ
ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର ପହଲଗାମରେ ଆତଙ୍କୀ ଆକ୍ରମଣ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବଡ଼ ନିଷ୍ପତ୍ତି ନେଇଛି । ଗୃହ ମନ୍ତ୍ରଣାଳୟ ପାକିସ୍ତାନ ସହିତ ଜଡିତ ସମସ୍ତ ଭିସା ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି । ଏହି ସମ୍ବନ୍ଧରେ ଗୃହ ମନ୍ତ୍ରୀ ଅମିତ ଶାହା ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି । ଅମିତ ଶାହା କହିଛନ୍ତି, ନିଜ ନିଜ ରାଜ୍ୟରେ ଥିବା ପାକିସ୍ତାନୀ ଲୋକଙ୍କୁ ଚିହ୍ନଟ କରି ଖୁବଶୀଘ୍ର ବିଦା କର । ଗୃହମନ୍ତ୍ରୀ ଅଧିକାରୀଙ୍କ ସହିତ ବୈଠକ କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଶାହ ଏବଂ ପାକିସ୍ତାନୀଙ୍କୁ ରାଜ୍ୟରୁ ତଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଶାହ ସବୁ ପାକିସ୍ତାନ ନାଗରିକଙ୍କ ତୁରନ୍ତ ଭିସା ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିଜ ରାଜ୍ୟରେ ରହୁଥିବା ପାକିସ୍ତାନୀଙ୍କୁ ଖୋଜି ଖୋଜି ବାହାର କରିବାକୁ କହିଛନ୍ତି । ଗତକାଲି ପାକିସ୍ତାନ ନାଗରିକଙ୍କ ପାଇଁ ଭିସା ବାତିଲ କରିଛି ଭାରତ । ଯେଉଁ ପାକିସ୍ତାନୀମାନେ ଭାରତରେ ଅଛନ୍ତି, ସେମାନେ ୭୨ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ । ମେଡିକାଲ ଭିସାରେ ଥିଲେ ଆସନ୍ତା ୨୯ରୁ ରଦ୍ଦ ହୋଇଯିବ ଭିସା । ଭିସା ଅବଧି ଶେଷ ହେବା ପୂର୍ବରୁ ନିଜ ଦେଶକୁ ଫେରିଯିବାକୁ ନିର୍ଦ୍ଦେଶ ଜାରି କଲେ କେନ୍ଦ୍ର ସରକାର ।
ସମସ୍ତ ପାକିସ୍ତାନୀଙ୍କୁ ୩ ଦିନ ଭିତରେ ଭାରତ ଛାଡିବାକୁ ନିର୍ଦ୍ଦେଶ ମିଳିଛି । ଭିସା କେବଳ ୨୭ ଏପ୍ରିଲ ଯାଏଁ ମାନ୍ୟ ରହିଛି । ପାକ୍ ନାଗରିକଙ୍କ ମେଡିକାଲ ଭିସା ୨୯ ଏପ୍ରିଲ ଯାଏଁ ମାନ୍ୟ ରହିଛି । ସେହିପରି ଭାରତୀୟ ନାଗରିକଙ୍କୁ ପାକିସ୍ତାନ ଗସ୍ତ ନ କରିବାକୁ ପରାମର୍ଶ । ଯେଉଁମାନେ ପାକିସ୍ତାନରେ ଅଛନ୍ତି ସେମାନଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛି ବୈଦେଶିକ ମନ୍ତ୍ରଣାଳୟ ।
