ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବଞ୍ଚିଥିଲେ ଏହି ଓଡ଼ିଆ ଦମ୍ପତି

ରାୟଗଡ଼ା: କାଶ୍ମୀର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଓଡ଼ିଆ ଦମ୍ପତ୍ତି । ସେଦିନର ସେହି ଲୋମହର୍ଷଣକାରୀ ଘଟଣା ଘଟୁଥିବାବେଳେ ଏ ଦୁଇ ଜଣ ବି ସେଠାରେ ଉପସ୍ଥିତ ଥିଲେ । କିନ୍ତୁ କଥାରେ ନାହିଁ ରଖେ ହରି ତ ମାରେ କିଏ । ଏମାନେ ବି ଭଗବାନଙ୍କ ଦୟାରୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ରାୟଗଡ଼ା ସହରର ଦମ୍ପତି ହିମାଂଶୁ ଶେଖର ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ଅର୍ଚ୍ଚନା ପାଣିଗ୍ରାହୀ ଚଳିତ ମାସ ୧୫ ତାରିଖରେ କଶ୍ମିର ବୁଲିବାକୁ ଯାଇଥିଲେ । ଆତଙ୍କି ହମଲା ହେବା ଘଟଣା ଘଟିବା ଦିନ ଅର୍ଥାତ୍ ୨୨ ତାରିଖ ଦିନ ଉଭୟ ସ୍ବାମୀ ସ୍ତ୍ରୀ ପହଲଗାମର ବୈସରନ ଘାଟିରେ ଉପସ୍ଥିତ ଥିଲେ । ସେଠାରେ ହଠାତ ପ୍ରଚଣ୍ଡ ଶବ୍ଦ ହେବା ସାଙ୍ଗକୁ ମହିଳା ଓ ଶିଶୁଙ୍କ ଚିତ୍କାର ଶୁଣିଥିଲେ ଦମ୍ପତି । ଘୋଡା ଗୁଡ଼ିକ ଏଣେ ତେଣେ ଦୌଡ଼ିବା ଆରମ୍ଭ କରିଥିଲେ । ସେମାନେ କଣ ହେଲା କିଛି ବୁଝି ନପାରି ଜୀବନ ବିକଳରେ ଦଉଡ଼ି ଦଉଡ଼ି ନିଜ କାର ପାଖରେ ପହଞ୍ଚିଥିଲେ । ଗୁଳି ଫୁଟିବା ଶବ୍ଦ ଶୁଣି ଭୟଭୀତ ହୋଇପଡ଼ିଥିଲେ ଦୁଇ ଜଣ । ତେବେ ସେଦିନର ସେହି ଲୋମହର୍ଶଣକାରି ଘଟଣା ଅତି ଭୟଙ୍କର ଥିଲା ବୋଲି କହିଛନ୍ତି ଦମ୍ପତି ।

Leave A Reply

Your email address will not be published.