ଚାନ୍ଦବାଲି : ଟଙ୍କା ପାଇଁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡା । ପରେ ଏକ କଟୁରୀରେ ସ୍ୱାମୀ ସ୍ତ୍ରୀକୁ କଲା ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ସ୍ତ୍ରୀ ପ୍ରଥମେ ତିହିଡି ମେଡିକାଲରେ ଚିକିତ୍ସିତ ହେବା ପରେ ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅଭିଯୋଗ ମୁତାବକ, ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ସ୍ତ୍ରୀ ଅର୍ଥ ନ ଆଣିବାରୁ ସ୍ତ୍ରୀକୁ କଟୁରୀରେ ଆକ୍ରମଣ କରିଛି ସ୍ୱାମୀ । ସ୍ତ୍ରୀକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ତିହିଡି ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ଏମିତି ଏକ ହୁଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଘଣ୍ଟେଶ୍ୱର ଫାଣ୍ଡି ଅଧୀନ ବଜାରପୁର ପଂଚାୟତ ବାଲିଆପାଳ ଗ୍ରାମରେ । ସୂଚନା ମୁତାବକ ଖଗେଶ୍ୱର ନାଉରି ସ୍ତ୍ରୀକୁ ଦୀର୍ଘବର୍ଷ ହେବ ମାନସିକ ଏବଂ ଶାରୀରିକ ଯନ୍ତ୍ରଣା ଦେଇ ଆସୁଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଏ ନେଇ ଅନେକ ଥର ଭଦ୍ର ଲୋକଙ୍କ ମାଧ୍ୟମ ରେ ସମାଧାନ କରାଯାଇ ଥିଲା ।ଆଜି କୌଣସି କାରଣକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟ୍ୟରେ ବଚସା ହୋଇଥିଲା । ସ୍ୱାମୀ ଖଗେଶ୍ୱର ଉତ୍ୟକ୍ତ ହୋଇ ସ୍ତ୍ରୀ –କୁ ଏକ କଟୁରୀ ସାହାଯ୍ୟ ରେ ମୁଣ୍ଡ ବେକ ଏବଂ ହାତକୁ ଆକ୍ରମଣ କରିଥିଲେ । ଖବର ପାଇ ଗ୍ରାମବାସୀ ପହଂଚି ଯିବାରୁ ସ୍ୱାମି ଖଗେଶ୍ୱର କଟୁରୀ ଧରି ଗ୍ରାମବାସୀମାନଙ୍କୁ ଆକ୍ରମଣ କରିବାକୁ ଧମକ ଦେଇ ଦୌଡ଼ି ପଳାଇ ଯାଇଥିଲା । ସ୍ତ୍ରୀକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗ୍ରାମବାସୀ 108 ଆମ୍ବୁଲାନ୍ସ ଯୋଗେ ପ୍ରଥମେ ତିହିଡି ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି ।