ପହଲଗାମ : ପହଲଗାମ ଆକ୍ରମଣ ପରେ ଭାରତୀୟ ସେନାର ବଡ଼ ସର୍ଚ୍ଚ ଅପରେସନ ଜାରି ରହିଛି । ଏହାରି ମଧ୍ୟରେ ମିଡିଆ ପ୍ରସାରଣ ଉପରେ କଟକଣା ଲଗାଇଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ । ପହଲଗାମ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନାକୁ ଦୃଷ୍ଟିରେ ରଖି, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସମସ୍ତ ଗଣମାଧ୍ୟମ ଚ୍ୟାନେଲ ପାଇଁ ଏକ ପରାମର୍ଶ ଜାରି କରିଛି । ଜାତୀୟ ସୁରକ୍ଷାକୁ ଧ୍ୟାନରେ ରଖି ଏହି ପରାମର୍ଶଦାତା ଜାରି କରାଯାଇଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ କୁହାଯାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏହି ପରାମର୍ଶ ଜାରି କରାଯାଇଛି। ଜାତୀୟ ସୁରକ୍ଷା ସ୍ୱାର୍ଥରେ, ସୁରକ୍ଷା ବାହିନୀର ପ୍ରତିରକ୍ଷା ଅଭିଯାନ ଏବଂ କାର୍ଯ୍ୟକଳାପକୁ ସିଧା ପ୍ରସାରଣ କରନ୍ତୁ ନାହିଁ । ଜାରି ହୋଇଥିବା ଆଡଭାଇଜରି ମୁତାବକ, ପ୍ରତିରକ୍ଷା ସଂପର୍କିତ ଖବର ପ୍ରସାରଣ କରିବାକୁ ବାରଣ କରାଯାଇଛି । ସେନାବାହିନୀ ତଥା ସୁରକ୍ଷା କର୍ମୀଙ୍କ ଗତିବିଧି ପ୍ରସାରଣକୁ ମନା କରାଯାଇଛି । ସମ୍ବେଦନଶୀଳ ଖବର ପ୍ରସାରଣକୁ ବାରଣ କରାଯାଇଛି । ଜାତୀୟ ସ୍ବାର୍ଥକୁ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ୟୁଜର୍ସମାନେ ପ୍ରତିରକ୍ଷା ସମ୍ବନ୍ଧୀୟ ଅଭିଯାନ ବେଳେ ଧ୍ୟାନର ସହିତ ରିପୋର୍ଟଂ କରିବା ସହ ଆଇନ ଓ ନିୟମକୁ ପାଳନ କରିବା ଦରକାର । ସେନା ଅପରେସନ ବେଳେ କୌଣସି ରିୟଲ ଟାଇମ୍ କଭରେଜ୍ କିମ୍ବା ଲାଇଭ୍ ଦୃଶ୍ୟ ପ୍ରସାରଣ ବା ସୂତ୍ରରୁ ଆଧାରିତ ସୂଚନା ଉପରେ ରିପୋର୍ଟିଂ ନହେବା ଉଚିତ୍ ।