ମାଆ ସାଜିଲା ରାକ୍ଷସୀ, ନିଜ ଜନ୍ମ କଲା ଶିଶୁକୁ କଲା ହତ୍ୟା

ସୁବର୍ଣ୍ଣପୁର: ଅନ୍ଧ ବିଶ୍ୱାସର କରୁଣ ପରିଣତି । ମାଆ ପାଲଟିଲା ପିଶାଚୁଣୀ । କଞ୍ଚା ଡାହାଣୀ ପରି ମାରିଦେଲା ନିଜ ଝିଅକୁ । ଏମିତି ବିଭତ୍ସ ହତ୍ୟାକାଣ୍ଡ ଶୁଣିଲେ ଥାତି ଥରିଉଠିବ । ମନସ୍କାମନା ପୂରଣ କରିବା ପାଇଁ ରଚିଲା ଷଡଯନ୍ତ୍ର । ମାଆ । ଏଇ ଡାକରେ ହଜିଯାଏ ରାଗ,ରୋଷ,ଅଭିମାନ । ସେଇଥିପାଇଁ ତ ମାଆ ବନ୍ଦନୀୟା । ମାଆର ମମତା କାହାକୁ ବା ଅଛପା । ହେଲେ ଆଜି ମାଆ ସୁରକ୍ଷା କବଚ ସାଜିବା ବଦଳରେ ପାଲଟିଗଲା ରାକ୍ଷସୀ । ମାଆ ସାଜିଛି ସୈତାନ । ରାକ୍ଷସୀ ହୋଇ ନିଜ ଜନ୍ମ କଲା ଶିଶୁକୁ କରିଛି ହତ୍ୟା । ଅନ୍ଧ ବିଶ୍ୱାସର କୁପରିଣତି । ଈଷ୍ଟ ଦେବୀ ବୋଲୁଥିବା ଭାନୁମତୀ ଦେବୀଙ୍କ ସ୍ୱପ୍ନା ଦେଶରେ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ମାଆ ପାଲଟି ଯାଇଛି ଡାହାଣି । ଶେଷରେ ନିଜର ଜନ୍ମିତ ଛଅ ବର୍ଷର ଶିଶୁ କନ୍ୟାକୁ ନିଜ ଶାଢୀ ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରିଛି । ଅନ୍ଧ ବିଶ୍ୱାସର ବଶବର୍ତି ହୋଇ ମାଆ ଭୁଲିଯାଇଛି ମାନବିକତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କୋଟସମଲାଏ ଗାଁରେ । ଝିଅ ନିଶା ମହାପାତ୍ର । ବୟସ ମାତ୍ର ୬ବର୍ଷ । ପ୍ରଥମ ଶ୍ରେଣୀରେ ପାଠ ପଢୁଥିଲା । ପାଠ ପଢି ଫେରିଲା ବେଳେ ଖେଳକୁଦ କରିବାକୁ ଯାଉଥିବା ବେଳେ ପଡିଲା ମାଆ ହାବୁଡରେ । ଘରକୁ ଡାକିନେଇ ନିର୍ମମ ଭାବେ ହତ୍ୟା କରିଥିଲା ମାଆ ଆଶାଲତା ମହାପାତ୍ର । ସେଦିନ ଥିଲା ଫେବୃୟାରୀ ମାସ ୨ ତାରିଖ । ବାପ,ପୁଅ ସମସ୍ତେ ବାହା ଭୋଜି ରାନ୍ଧିବା ପାଇଁ ଯାଇଥିବା ବେଳେ ଘଟିଥିଲା ଏଭଳି ଘଟଣା । ତେବେ ଭୋଜି ଖାଇ ଆସି ଦେଖିଲା ବେଳକୁ କାନ୍ଦୁଛି ମାଆ ଆଶାଲତା ଆଉ ପରିବାରର ସମସ୍ତ ଆତ୍ମୀୟ ସ୍ୱଜନ ।

Leave A Reply

Your email address will not be published.