ସ୍କୁଲ ଟିଚର ନିଯୁକ୍ତି ପାଇଁ ୧୬ହଜାରରୁ ଉର୍ଦ୍ଧ୍ବ ପଦବୀ ଖାଲି ପଡିଛି, ଜାଣନ୍ତୁ କ’ଣ ରହିଛି ନିର୍ଦ୍ଦେଶାବଳୀ ?

ଟିଚିଙ୍ଗ୍ ଲାଇନରେ ଚାକିରି କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ଖୁସି ଖବର । ସ୍କୁଲ ଟିଚର ପାଇଁ ଆନ୍ଧ୍ରପ୍ରଦେଶ AP DSC ୨୦୨୫ ନିଯୁକ୍ତି ଭର୍ତ୍ତି ପାଇଁ ଘୋଷଣା କରିଛି । ନିଯୁକ୍ତି ଭର୍ତ୍ତି ପାଇଁ ୧୬ହଜାରରୁ ଅଧିକ ପଦବୀ ଖାଲି ପଡିଛି । ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ଆବେଦନ କରିନପାରିବେ । ମେ ୧୫ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲୁ ରହିବ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

ପଦବୀ ବିବରଣୀ : ୧୬,୩୪୭

Umasankar Adv

ଆବେଦନ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୧୫ମେ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ପରୀକ୍ଷା ତାରିଖ : ଜୁନ୍ ୬ରୁ ଜୁଲାଇ ୬ ମଧ୍ୟରେ ପରୀକ୍ଷା କରାଯିବ ।

ପରୀକ୍ଷା ପ୍ରକ୍ରିୟା : ଏହି ନିଯୁକ୍ତି ପାଇଁ CBT ମୋଡରେ ହେବ । କମ୍ପ୍ୟୁଟର ମାଧ୍ୟମରେ ପରୀକ୍ଷା କରାଯିବ ।

ଆବେଦନ ପ୍ରକ୍ରିୟା :

ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

ହୋମପେଜରେ ଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

ପରେ ପେଜରେ ନିଜର ରେଜିଷ୍ଟ୍ରେସନ କରନ୍ତୁ ।

ରେଜିଷ୍ଟ୍ରେସନ୍ ପରେ ଲଗଇନ୍ କରନ୍ତୁ ।

ଲଗଇନ୍ କରିବା ପରେ ଫର୍ମ ପୂରଣ କରନ୍ତୁ ।

ଜରୁରୀ ଡକ୍ୟୁମେଣ୍ଟ ଏବଂ ଆବେଦନ ଶୁଳ୍କ ଦେଇ ଫର୍ମ ପୂରଣ କରନ୍ତୁ ।

ଶେଷରେ ଆବେଦନ ଶୁଳ୍କ ଦେଇ ଫର୍ମର ପ୍ରିଣ୍ଟ ଆଉଟ କାଢି ସତର୍କତାର ସହ ରଖନ୍ତୁ ।

ଜରୁରୀ ନିର୍ଦ୍ଦେଶାବଳୀ :

ଆବେଦନକାରୀ ପ୍ରଥମେ ନିର୍ଦ୍ଦେଶାବଳୀକୁ ଭଲ ଭାବରେ ପଢିବା ଉଚିତ୍ ।

ଆବେଦନ କରିବା ଦ୍ବାରା ନିଯୁକ୍ତି ପାଇଁ ଚୟନର ଗ୍ୟାରେଣ୍ଟି ଦିଆଯାଇନାହିଁ ।

ସରକାରୀ ରେକର୍ଡ ସହ ସମସ୍ତ ସୂଚନା ମିଶୁଛି କି ନାହିଁ ନିଶ୍ଚିତ କରନ୍ତୁ ।

ଭୁଲ ଦିଆଯାଇଥିବା ସୂଚନାକୁ ଅଯୋଗ୍ୟତାକୁ ନିଆଯାଇପାରେ ।

ଆବେଦନକାରୀ ଅପଡେଟ୍ ପାଇଁ ସରକାରୀ ୱେବସାଇଟକୁ ଚେକ୍ କରିବା ଉଚିତ୍ ।

Leave A Reply

Your email address will not be published.