ଶିକାରୀ ଓ ବନ କର୍ମଚାରୀ ହାତାହାତି, ଶିକାରୀ ଗିରଫ

ନୀଳଗିରି : ଶିକାରୀ ଓ ବନକର୍ମଚାରୀ ହାତାହାତି । ଜଣେ ଶିକାରୀ ଗିରଫ । ବାଲେଶ୍ୱର ଜିଲ୍ଲା କୁଳଡ଼ିହା ଅଭୟାରଣ୍ୟ ଜାମପଦା ଗୁଡ଼ିଖାଣିଆ ଅଞ୍ଚଳରେ ଘଟିଛି ଘଟଣା । ଶିକାର ପାଇଁ ଜଙ୍ଗଲକୁ ଯାଇଥିଲେ ଦାଦା ପୁତୁରା । ଗୁପ୍ତ ଖବର ପାଇ ଫରେଷ୍ଟ ଗାର୍ଡ ଓ ସବୁଜ ବାହିନୀଙ୍କ ଏକ ଚାରି ଜଣିଆ ଟିମ୍ ଶିକାରୀଙ୍କୁ ଖୋଜିବା ଆରମ୍ଭ କରିଥିଲେ । ରାତିରେ ଶିକାରୀଙ୍କ ସହ ମୁହାଁମୁହିଁ ହେବା ପରେ ଶିକାରୀମାନେ ବନ୍ଧୁକରେ ଅତର୍କିତ ଆକ୍ରମଣ କରିଥିଲେ। ଯେଉଁଥିରେ ସବୁଜ ବାହିନୀ କର୍ମୀ ମହେଶ୍ବର ଗୁରୁତର ହୋଇଥିଲେ । ପରେ ସେମାନଙ୍କୁ କାବୁ କରାଯାଇଥିଲା । ଗୋଟିଏ ବନ୍ଧୁକ ସହ କଟୁରୀ,ବାରୁଦ ଓ ଶିକାରୀ ସାମଗ୍ରୀ ଥିବା ଦୁଇଟି ବ୍ୟାଗ ଜବତ କରିଛି ବନ ବିଭାଗ । ଶିକାରୀ ଜଣକ ଜାମପଦା ଅଞ୍ଚଳର ମାଧ ସିଂ ବୋଲି ଜଣାପଡିଛି ।

Leave A Reply

Your email address will not be published.