ଆୟୁଷ୍ମାନ ଯୋଜନାରେ ହିତାଧିକାରୀଙ୍କୁ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ଆୟୁଷ୍ମାନ କାର୍ଡକୁ ନେଇ ତୁଟୁନି ଅଡୁଆ । ଡାକ୍ତରଖାନାକୁ ଚିକିତ୍ସା ହେବାକୁ ଯାଇ ରୋଗୀ ହଇରାଣ ହେବା ପରେ ସରକାର ପଦକ୍ଷେପ ନେଇଛନ୍ତି । ଆୟୁଷ୍ମାନ କାର୍ଡରେ କୌଣସି ଦ୍ଵନ୍ଦ୍ବ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଯାହା କିଛି ବୈଷୟିକ ସମସ୍ୟା ରହିଛି ତାର ସମସ୍ୟାର ସମାଧାନ ନେଇ ଆଲୋଚନା ଚାଲିଛି । ସେହିପରି ଘରୋଇ ହସ୍ପିଟାଲ ପ୍ୟାକେଜ ବୃଦ୍ଧି ଦାବି ଉପରେ ମଧ୍ୟ ବିଚାର କରାଯିବ । ଆସୁଥିବା ବିଭିନ୍ନ ମତାମତକୁ ସବୁ ଦିଗକୁ ନେଇ ନେଇ ବିଚାର ଚାଲିଛି । ପ୍ୟାନ ଇଣ୍ଡିଆ କାର୍ଡ ହୋଇଥିବାରୁ ନେଟୱର୍କ ଓ ଓଟିପି ସମସ୍ୟା ରହିଛି ସମସ୍ୟା ସମାଧାନ ନେଇ ଚାଲିଛି ଆଲୋଚନା। ରୋଗୀଙ୍କୁ ଅବହେଳା କଲେ ଆଇନ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠନ ହେବ ବୋଲି କହିଛନ୍ତି ମୁକେଶ ମହାଲିଙ୍ଗ । ସେପଟେ ବିଜେଡି କହିଛି, ଏବେ ଆୟୁଷ୍ମାନ କାର୍ଡ ଲାଗୁ ହେବା ପରେ ରୋଗୀ ହନ୍ତସନ୍ତ ହେଉଛନ୍ତି । ସରକାର ଏବେ ପଦକ୍ଷେପ ନେଇ ସମସ୍ୟାର ସମାଧାନ କରନ୍ତୁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେପଟେ ଆୟୁଷ୍ମାନ କାର୍ଡରେ ସମସ୍ୟା ଅନେକ ରହିଥିବା କହିଛନ୍ତି କଂଗ୍ରେସ ନେତା ଅଶୋକ ଦାସ। ରୋଗୀ କେତେ ହନ୍ତସନ୍ତ ହେବା ପରେ ସରକାର ସମାଧାନ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.