ଫୁଲବାଣୀର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ପବ୍ଳିକ୍ ସ୍କୁଲ୍ ଫୁଲବାଣୀ ତରଫରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ବିକାଶ ପାଇଁ ବେଦାନ୍ତୁ ସହ ଏକ ଚୁକ୍ତିନାମା ଆସନ୍ତା ତା – ୨/୫/୨୫ ସନ୍ଧ୍ୟା ୫ଘ ସମୟରେ ସଭାଗୃହ ଠାରେ ସ୍ୱାକ୍ଷରିତ ହେବାକୁ ଯାଉଛି । ଏହା ଦ୍ୱାରା ସପ୍ତମ ଶ୍ରେଣୀରୁ ଦଶମ ଶ୍ରେଣୀର ପିଲାଙ୍କ ପାଇଁ ଫାଉଣ୍ଡେସନ୍ କୋର୍ସ ଓ ଯୁକ୍ତ ଦୁଇର ବିଜ୍ଞାନ ଶିକ୍ଷା ସହ ଇଂଜିନିୟରିଂ ଏବଂ ମେଡିକାଲ୍ ଏନ୍ଟ୍ରାନ୍ସ୍ ପାଇଁ ସ୍ୱତନ୍ତ୍ର କୋଚିଂ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ବେଦାନ୍ତୁ ତରଫରୁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଅଧ୍ୟାପକ ନିଯୁକ୍ତି କରାଯାଉଥିବାରୁ ଫୁଲବାଣୀର ଛାତ୍ରଛାତ୍ରୀ ବିଶେଷ ଉପକୃତ ହେବା ଆଶା କରାଯାଉଛି। ଏଠାରେ ପ୍ରକାଶ ଥାଉକି ପୂର୍ବରୁ ଏ ପ୍ରକାର ତାଲିମ୍ ପାଇଁ କନ୍ଧମାଳର ଛାତ୍ରଛାତ୍ରୀ ଜିଲ୍ଲା ବାହାରେ ବିଭିନ୍ନ ଅନୁଷ୍ଠାନକୁ ଯାଉଥିଲେ ଏବଂ ଅତ୍ୟଧିକ ଖର୍ଚ୍ଚାନ୍ତ ହେଉଥିଲେ। ଏଣୁ ପବ୍ଳିକ୍ ସ୍କୁଲ୍ର ଏହି ପ୍ରୟାସ କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ହେବନି ବରଂ ଅଭିଭାବକଙ୍କୁ ଦୁଶ୍ଚିନ୍ତାରୁ ମୁକ୍ତି ଦେବ ଓ ଅନାବଶ୍ୟକ ଆର୍ଥିକ ବୋଝ କମ୍ କରିବ। ଉକ୍ତ ଦିନ ଏହି ଚୁକ୍ତିନାମା ସଂପାଦନ ପରେ ଛାତ୍ରଛାତ୍ରୀ ସୁଲଭ ମୂଲ୍ୟରେ ଏହି ସୁଯୋଗ ପାଇବେ ବୋଲି ପବ୍ଳିକ୍ ସ୍କୁଲ୍ର ସଂପାଦକ ଶ୍ରୀ ବିପ୍ର ଚରଣ ପାତ୍ର ପ୍ରକାଶ କରିଛନ୍ତି।