ପାକିସ୍ତାନ : ପାକିସ୍ତାନରେ ଭୂମିକମ୍ପର ଝଟକା । ଭୂକମ୍ପର ତୀବ୍ରତା ୪.୪ ବୋଲି ଆକଳନ କରାଯାଇଛି । ଗତକାଲି ରାତି ୯ଟା ୫୮ମିନିଟ ୨୬ ସେକେଣ୍ଡ ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ପରେ ଲୋକ ଭୟରେ ଘରୁ ବାହାରି ପଳାଇଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜୀବନ ବା ଆର୍ଥନୀତିକ କ୍ଷତିର କୌଣସି ସୂଚନା ମିଳିପାରିନାହିଁ । ସେପଟେ ପାକିସ୍ତାନ ପ୍ରମୁଖ ତିନୋଟି ପ୍ଲେଟ ଉପରେ ରହିଛି । ୫ଟି ଦେଶ ଭୂକମ୍ପ ଜୋନରେ ବିଭାଜିତ କରେ । ଯାହା ଦ୍ୱାରା ପାକିସ୍ତାନକୁ ଭୂମିକମ୍ପର ସାମ୍ନା କରିବାକୁ ପଡେ । ଏହାର କେନ୍ଦ୍ର ପୃଥିବୀଠାରୁ ୫୦ କିଲୋମିଟର ତଳେ ଥିଲା । ଯାହା ଭାରତ ସମୟାନୁସାରେ ପାକିସ୍ତାନରେ ୯ଟା ୫୮ମିନିଟ ସମୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ସୂଚନାଯୋଗ୍ୟ, ୨୦୨୪ରେ ପାକିସ୍ତାନରେ ଆସିଥିବା ବିନାଶକାରୀ ଭୂକମ୍ପ ଯୋଗୁଁ ଜନଜୀବନ ଛାରଖାର ହୋଇଯାଇଥିଲା । ସେଠାରେ ୪.୭ ତୀବ୍ରତାର ଭୂମିକମ୍ପ ଆସିଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳୀ ଆଫ୍ଗାନିସ୍ତାନର ଦକ୍ଷିଣ-ପୂର୍ବାଞ୍ଚଳରେ ୯୮ କିଲୋମିଟର ଗଭୀରରେ ଥିଲା ।