କନ୍ଧମାଳ:- କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ୨୦୨୫ର ଆଜି ପଞ୍ଚମ ଦିନରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ମନୋରଂଜନ ମିଶ୍ର ଯୋଗଦେଇ ଥିଲେ। ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳାର କାର୍ଯକାରୀ ଅଧକ୍ଷ ତଥା ଉତ୍ସବ ପାଳନ କମିଟି ଅଧକ୍ଷ ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ଅଧକ୍ଷ ଶ୍ରୀଯୁକ୍ତ ସୁନିଲ୍ ପଟ୍ଟନାୟକ ,ଉପାଧ୍ୟକ୍ଷ ସୁଜିତ ବେହେରା, ସାଧାରଣ ସମ୍ପାଦକ କାହ୍ନୁ ଚରଣ ଶତପଥୀ କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ସ୍ୱାଇଁ ସଦସ୍ୟା ମୁଷ୍କାନ ସୁଆର, ବିରାଜିନୀ ମହାପାତ୍ର, ସୁଭ୍ରା ପଟନାୟକ, ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ରୟାଲ ଡ଼ାନସ୍ ଏମ୍ପାୟାର ଫୁଲବାଣୀଙ୍କ କଳାକାର ମାନଙ୍କ ଚମତ୍କାର ପ୍ରଦର୍ଶନରେ ଦର୍ଶକ ମତୁଆଲା ହେଲେ। ଏହି ଉତ୍ସବ ଆସନ୍ତା ମେ ମାସ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମାନେ ନୃତ୍ୟ ପରିବେଷଣ କରିବେ। ମେଳାରେ ହଜାର ହଜାର ଲୋକଙ୍କ ସମାଗମ ହେଉଥିବା ବେଳେ କିଣାକିଣି ସାଙ୍ଗକୁ ଖାଇବା ମଜା ଉଠାଉଛନ୍ତି।