କନ୍ଧମାଳ : ଆଜି କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ୨୦୨୫ର ଷଷ୍ଠ ଦିନରେ ଅତିଥି ଭାବରେ ଖଜୁରୀପଡ଼ା ବିଡ଼ିଓ ଶ୍ରୀଯୁକ୍ତ ଶୁଭ ଦତ୍ତାତ୍ରେୟ ବାହିନୀପତି, ଫୁଲବାଣୀ ବିଡ଼ିଓ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ,ଫୁଲବାଣୀ ତହସିଲଦାର ମିସ୍ ପ୍ରିୟଙ୍କା ପ୍ରିୟଦର୍ଶିନୀ, ଜି ଉଦୟଗିରିର ବିଡ଼ିଓ ଶ୍ରୀଯୁକ୍ତ ଶରତ କୁମାର ମଲ୍ଲିକ ଏବଂ ACF ଫୁଲବାଣୀ ମିସ୍ ସ୍ୱେତାଲିନା ସାହୁ ଯୋଗଦେଇ କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ ତତ୍ ସହିତ ବୈଶାଖୀ ଉତ୍ସବର କର୍ମକର୍ତା ଙ୍କୁ ଧନ୍ୟବାଦ୍ ଜଣାଇବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମନ ଭରି ଉପଭୋଗ କରିଥିଲେ । କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସଙ୍ଗୀତ ସାଧନାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକ ମତୁଆଲା ହୋଇଥିଲେ। ଆସନ୍ତା ମେ ୮ତାରିଖ ପର୍ଯ୍ୟନ୍ତ ମେଳା ଚାଲିବ।