ରାୟଗଡ଼ାରେ ଡବଲ ମର୍ଡର : ସରପଞ୍ଚଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ନିର୍ମମ ହତ୍ୟା

ରାୟଗଡ଼ା : ରାୟଗଡ଼ା ପଦ୍ମପୁର ଥାନା ସାରିଗାଡା ଗାଁରେ ଡବଲ ମର୍ଡର । ଲିକିଟିପଦର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ।  ମୃତ ଦୁଇ ଜଣ ହେଲେ ସରପଞ୍ଚଙ୍କ ସ୍ୱାମୀ ଅଗାଧୁ ଗମାଙ୍ଗ ଓ ଶ୍ୱଶୁର ସେମେରା ଗମାଙ୍ଗ । ଘରେ ପଶି ବିଭିନ୍ନ ମାରଣାସ୍ତ୍ରରେ ମୁଣ୍ଡ ଓ ବେକକୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ।  ଘଟଣା ସ୍ଥଳରେ ହିଁ ଦୁଇ ଜଣ ବାପା, ପୁଅଙ୍କର ମୃତ୍ୟୁ ହୋଇଛି । ଘରୋଇ ବିବାଦରୁ ହତ୍ୟା ସନ୍ଦେହ କରାଯାଉଥିବା ବେଳେ ତଦନ୍ତ ଚଳାଇଛି ପଦ୍ମପୁର ପୋଲିସ ।

Leave A Reply

Your email address will not be published.