ଗୋଆ: ଶ୍ରୀ ଲୈରାଇ ଯାତ୍ରାରେ ଦଳାଚକଟା, ୭ ମୃତ, ବଢିପାରେ ମୃତକଙ୍କ ସଂଖ୍ୟା

ଗୋଆ : ଗୋଆର ଶିରଗାଓରେ ଅନୁଷ୍ଠିତ ଶ୍ରୀ ଲୈରାଇ ଯାତ୍ରାବେଳେ ବଡ଼ ଅଘଟଣ । ଯାତ୍ରାରେ ଦଳାଚକଟା ହୋଇ ୭ ଜଣଙ୍କ ଜୀବନ ଚାଲିଯାଇଛି । ୩୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଭିଡ଼ ଅଧିକ ଥିବା ବେଳେ ହଠାତ୍ ଲୋକମାନେ ଦୌଡଧାପଡ କରିଥିଲେ । ଫଳରେ ଲୋକମାନେ ପରସ୍ପର ଉପରେ ଚଢିଯାଇଥିଲେ । ଗୁରୁତର ଆହତମାନଙ୍କୁ ଗୋଆ ମେଡିକାଲ କଲେଜରେ ଆଡମିଟ୍ କରାଯାଇଛି । ଆଉ କିଛି ଆହତଙ୍କୁ ଉତ୍ତର ଗୋଆ ମାପୁସା ସ୍ଥିତ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରିଦିଆଯାଇଛି । ଘଟଣା ବିଷୟରେ ସୂଚନା ପାଇଁ ପୋଲିସ ଏବଂ ଜରୁରୀକାଳୀନ ସେବା ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣା ସୂଚନା ପାଇ ଗୋଆ ମୁଖ୍ୟମନ୍ତ୍ରୀ ଆହତମାନଙ୍କୁ ଭେଟିବା ପାଇଁ ଡାକ୍ତରଖାନାରେ ପହଞ୍ଚିଛନ୍ତି । ତେବେ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ତେବେ ଭିଡ଼ ଅଧିକ ହେବା କାରଣରୁ ଉଚିତ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏଭଳି ଅଘଟଣ ଘଟିଛି ।

Leave A Reply

Your email address will not be published.