ଫୁଲବାଣୀ – କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ୨୦୨୫ ଶନିବାର ଥିଲା ସପ୍ତମ ଦିବସ l ଉକ୍ତ ଦିବସରେ ବାଲିଗୁଡ଼ା ଡିଏଫ୍ଓ ଶ୍ରୀଯୁକ୍ତ ବିଶ୍ୱରାଜ ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା.ସନ୍ତୋଷ କୁମାର ପାଢୀ ଓ ବୌଦ୍ଧ ଉପଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ ଯୋଗ ଦେଇ ପ୍ରଥମ କରି ଜିଲ୍ଲାରେ ଏହି ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ଆୟୋଜନ କରି ଥିବାରୁ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ସାଧୁବାଦ୍ ଜଣାଇ ଥିଲେ l କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ୨୦୨୫ କାର୍ଯ୍ୟକାରୀ ଅଧକ୍ଷ ତଥା ଉତ୍ସବ ପାଳନ କମିଟି ର ଅଧକ୍ଷ ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ବୈଶାଖ ଉତ୍ସବ କମିଟି ର ଅଧକ୍ଷ ଶ୍ରୀଯୁକ୍ତ ସୁନୀଲ ପଟ୍ଟନାୟକ ଓ , କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ସ୍ବାଇଁ, ଶ୍ରୀମତି ଅନିତା ପଟ୍ଟନାୟକ , ଅଶୋକ ମହାନ୍ତି, ଶିବାନୀ ସୁଆର ସୁଭ୍ରା ପଟ୍ଟନାୟକ ପ୍ରମୁଖ ସମସ୍ତ ଅତିଥି ଙ୍କୁ ପୁଷ୍ପଗୁଛ, ଉପଢ଼ୌକନ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରିଥିଲେ l ବର୍ଷା ସତ୍ତ୍ଵେ ସମସ୍ତ ଅତିଥି ଉପସ୍ଥିତ ରହି ଉତ୍ସାହିତ କରିଥିବାରୁ କମିଟି ସଦସ୍ୟ ମାନେ କୃତଜ୍ଞତା ଜ୍ଞାପନ କରିଥିଲେ l ହେଲେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକୁ ବାତିଲ କରଯାଇଥିଲା l ଆସନ୍ତା ମେ ମାସ ୮ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବ ।