କନ୍ଧମାଳ : କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ୨୦୨୫ର ଆଜି ନବମ ଦିନରେ ମୁଖ୍ୟ ଅତିଥି ଭାବରେ ପୁର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପଦ୍ମନାଭ ବେହେରା, ଅଧିକ୍ଷଣ ଯନ୍ତ୍ରୀ OPTCL ଶ୍ରୀଯୁକ୍ତ ମନୋଜ ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତି ସ୍ନେହଲତା ସାହୁ ଯୋଗଦେଇ ଥିଲେ। ମୁଖ୍ୟ ଅତିଥି ଶ୍ରି ବେହେରା ଜଗନ୍ନାଥ ଭଜନ ଗାଇବା ସହିତ ବୈଶାଖୀ ଉତ୍ସବ ପାଳନ କମିଟିକୁ ଭୂରି ଭୂରି ପ୍ରଶଂସା କରିବା ସହ ଏହି ମେଳା କନ୍ଧମାଳ ଜିଲ୍ଲାର ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିପାରିବ ବୋଲି ନିଜ ମନ୍ତବ୍ୟରେ କହିଥିଲେ।


କନ୍ଧମାଳ ଜିଲ୍ଲାରେ ଏଭଳି ଏକ ଉତ୍ସବ ଓ ମେଳା ଆୟୋଜନ ହୋଇଥିବାରୁ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ ମୁଖ୍ୟ ଅତିଥି। ଦିନକୁ ଦିନ ମେଳା ସରଗରମ ହେବା ସହ ହଜାର ହଜାର ଲୋକଙ୍କ ସମାଗମ ଓ କିଣାବିକା ବହୁତ୍ ହେଉଛି। ଖାଇବା ଷ୍ଟଲ୍ ରେ ଅସମ୍ଭାଳ ଭିଡ଼ ସାଙ୍ଗକୁ ଗାଡ଼ି ମଟର ବାଇକ୍ ଟିଭି ଫ୍ରିଜ୍ ଏସି ଇଭି ବାଇକ୍ ଟ୍ରାକ୍ଟର ଷ୍ଟଲ୍ ଆକର୍ଷଣ ପାଲଟିଛି। ଚଳିତ ମେଳାରେ ପ୍ରାୟ ଦେଢ଼ କୋଟିରୁ ଉର୍ଦ୍ଧ ବ୍ୟବସାୟ ହେଇଥିବା ଅନୁମାନ କରାଯାଉଛି । ଆସନ୍ତା ମେ ମାସ ୮ ତାରିଖ ପର୍ଯ୍ୟନ୍ତ ଉତ୍ସବ ଓ ମେଳା ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।