ପୁରୀ: ପ୍ରବିତ୍ର ଅକ୍ଷୟ ତୃତୀୟା ଏବଂ ଭଗବତ ବାସୁଦେବ ମେଳଣ ଉପଲକ୍ଷେ ଚଳିତ ବର୍ଷ ପୁରୀ ଜିଲ୍ଲା କଣାସ ବ୍ଲକ୍ ଅଁଳାଯୋଡ଼ି ଗ୍ରାମପଞ୍ଚାୟତରେ ଦୋଳ ମେଲଣ ପାଇଁ ବେଶ୍ ଚଳଚଞ୍ଚଳ ହୋଇଯାଇଥିଲା । ଏନେଇ ଅଁଳାଯୋଡ଼ି କିଷାନ ଯୁବକ ସଂଘ ଦ୍ୱାରା ଦୁଇ ଦିନ ଧରି ସାମାଜିକ ନାଟକ ପରିବେଷଣ ମଧ୍ୟ କରାଯାଇଥିଲା। ଓଡ଼ିଶାର ପ୍ରସିଦ୍ଧ ନାଟ୍ୟ ନିର୍ଦ୍ଦେଶକ ମନୋଜ ସାହୁଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ କିଷାନ ଯୁବକ ମାନେ ଖୁବ୍ ସୁନ୍ଦର ନାଟ୍ୟ ପରିବେଷଣ କରିଥିଲେ । ଯାହାକି ହଜାର ହଜାର ସଂଖ୍ୟାରେ ଦର୍ଶକ ମାନଙ୍କୁ ରାତି ତମାମ୍ ବାନ୍ଧି ରଖିଥିଲା। ପ୍ରଥମ ରଜନୀରେ ପରିବେଷଣ ହୋଇଥିବା ନାଟକ ” ବିଚାର କରିବ ଉପର ବାଲା ” ଏବଂ ଦ୍ଵିତୀୟ ରଜନୀରେ ପରିବେଷଣ ହୋଇଥିବା ନାଟକ ” ହା କୃଷ୍ଣ ବୋଲି ଯାଉ ଜୀବ ” ରେ କ୍ଲବର ସମସ୍ତ କଳାକାର ମାନେ ନିଖୁଣ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟି ଥିଲେ । ପରିଶେଷରେ କିଷାନ ଯୁବକ ସଂଘର ସଭାପତି ମନୋରଞ୍ଜନ ଦାସ, ସମ୍ପାଦକ ବାପି ସାନ, କୋଷାଧ୍ୟକ୍ଷ ବାଇନ ପଣ୍ଡା , ମୁଖ୍ୟ ସହଯୋଗୀ ସୁଶିଆ ପାତ୍ର, ସହ ସହଯୋଗୀ ସରୋଜ ବାରିକ, ବିମ୍ବାଧର ନାୟକ ଏବଂ କ୍ଳବ୍ ର ସମସ୍ତ ସଦସ୍ୟ ଏବଂ ମେଲଣ କମିଟିର ସମସ୍ତ ସଦସ୍ୟ ମାନେ ଅକ୍ଲାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ସମ୍ପାଦନା କରିଥିଲେ।