ଭୁବନେଶ୍ୱର : ପୁଣି ଫେରିଲା ତାତି । ଆଜିଠୁ ଭୀଷଣ ତାତି ଓ ଗୁଳୁଗୁଳି। ୧୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ଣ ଲହରୀ ସହ ଉଷ୍ଣ ଓ ଆଦ୍ର ସ୍ଥିତି ରହିବାର ସମ୍ଭାବନା ରହିଛି । ଫଳରେ ତାତି ବଢିବା ସହ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ଝାଞ୍ଜି ପବନ ମଧ୍ୟ ବହିବା ସମ୍ଭାବନା ରହିଛି । ଏହାକୁ ନେଇ କେତେକ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୨ ଓ ୧୩ ତାରିଖ ବେଳକୁ ଗ୍ରୀଷ୍ଣ ପ୍ରବାହ ଆହୁରି ବଢିବା ଆକଳନ କରାଯାଇଛି । ଏହି ୨ ଦିନ ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିଛି । ଆଗକୁ ପାରଦ ୪୫ ଡିଗ୍ରୀ ଛୁଇଁପାରେ । ସେହିପରି ଗତକାଲି ୪୦ ଡିଗ୍ରୀ ଟପିଥିଲା ତାପମାତ୍ରା । ୪୧ ଡିଗ୍ରୀ ସହ ସବୁଠି ଉତ୍ତପ୍ତ ସହର ପାଲଟିଥିଲା ସମ୍ବଲପୁର ।