ଫୁଲବାଣୀ -କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ଆଜି ଉଦଯାପିତ ହେବ । ପାଗ ଅନୁକୂଳ ଥିବାରୁ ଗତ ୪/୫ଦିନ ହେଲା ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ରେ ପ୍ରବଳ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ବୁଧବାର ସଂଧ୍ୟାରେ ମୁଖ୍ୟ ଅତିଥ୍ ଭାବେ ଫୁଲବାଣୀ ଉପଜିଲ୍ଲାପାଳ ଭିକାରୀ ସାହୂ, ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥ୍ୟ ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି. ପଦ୍ମା, ଫୁଲବାଣୀ ଆଦର୍ଶ ଥାନା ଅଧିକାରୀ ପି. ସ୍ବରୂପ କିଶାନ ଯୋଗ ଦେଇ ପ୍ରଥମ କରି ଜିଲ୍ଲାରେ ଅତି ସୁନ୍ଦର ଭାବେ ଶାନ୍ତି ଶୃଙ୍ଖଳାର ସହ ଏତେ ସୁନ୍ଦର ଆକର୍ଷଣୀୟ ମେଳା ଆୟୋଜନ କରିଥିବାରୁ ବରିଷ୍ଠ ସାମ୍ବାଦିକ ତଥା ମେଳାର ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ, ଉପାଧ୍ୟକ୍ଷ ରାଧାମୋହନ ମହାପାତ୍ର ଓସମସ୍ତ କର୍ମକର୍ତ୍ତା ମାନଙ୍କୁ ସାଧୁବାଦ୍ ଜଣାଇ ଥିଲେ । ଆଗମୀ ଦିନରେ ଏହାକୁ ଜାରି ରଖୁବାକୁ କହିଥିଲେ I ମଙ୍ଗଳବାର ଫୁଲବାଣୀ ମେଡିକାଲ କଲେଜ ଡିନ ଡ଼ ନରେନ୍ଦ୍ର କୁମାର ବେହେରା ଓ ଚକାପାଦ ବିଡ଼ିଓ ହୃଦାନନ୍ଦ ସାହୂ ଯୋଗ ଦେଇଥିଲେ I କମିଟି ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ ଓ ଉପାଧ୍ଯକ୍ଷ ରାଧାମୋହନ ମହାପାତ୍ର, ଉପ ସଭାପତି ସୁଜିତ୍ ବେହେରା, ପ୍ରମୁଖ ସମସ୍ତ ଅତିଥ୍ ମାନଙ୍କୁ ପୁଷ୍ପ ଗୁଛ, ଉପଢୌକନ ଓ ସ୍ମାରକୀ ଦେଇ ସମ୍ବଦ୍ଧିତ କରିଥିଲେ I ମିନାବଜାର ଓ ମେଳାର ସମସ୍ତ ଷ୍ଟଲ୍ ରେ ଜିନିଷ କିଣିବା ପାଇଁ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା |