ଭୁବନେଶ୍ୱର : ଏଥର ଆଗୁଆ ପହଞ୍ଚିବ ମୌସୁମୀ । ମେ ୨୭ ସୁଦ୍ଧା ମୌସୁମୀ କେରଳ ଛୁଇଁପାରେ। ସଅଳ ମୌସୁମୀ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଜୁନ ୧ରେ କେରଳ ଛୁଇଁଥାଏ। ତେବେ ଚଳିତ ଥର ମୌସୁମୀ ଅଗ୍ରସର ହେବା ପାଇଁ ସ୍ଥିତି ଅନୁକୂଳ ରହିଥିବାରୁ ଧାର୍ଯ୍ୟ ସମୟର ୪ଦିନ ପୂର୍ବରୁ ପହଞ୍ଚିବା ସମ୍ଭାବନା ରହିଛି। ପାଞ୍ଚଟି ପାଣିପାଗ ମଡେଲର ତର୍ଜମା କରି ଏହି ପୂର୍ବାନୁମାନ କରିଛି ଆଇଏମଡି। ତେବେ ଏଥିରେ ୪ଦିନ ପୂର୍ବ କିମ୍ବା ପରେ ମଧ୍ୟ ମୌସୁମୀ ପହଞ୍ଚିବାର ସମ୍ଭାବନା ରହିଛି। ୨୦୦୫ ଠାରୁ ଜୁନ ପ୍ରଥମ ସପ୍ତାହରେ କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ୨୦୨୦ରେ ଜୁନ ୧, ୨୦୨୧ରେ ଜୁନ ୩, ୨୦୨୨ରେ ମେ ୨୯, ୨୦୨୩ରେ ଜୁନ ୮ ଓ ୨୦୨୪ରେ ମେ ୩୦ ତାରିଖରେ କେରଳ ଛୁଇଁଥିଲା ମୌସୁମୀ ।