ଫୁଲବାଣୀ – କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ୍ ଗୁମ୍ମାଗଡ଼ ଗ୍ରାମର କୁଞ୍ଜ ବିହାରୀ କହଁର ପହଲଗାମ୍ରେ ସିଆର୍ପିଏଫ୍ରେ କାର୍ଯ୍ୟରତ ଅଛନ୍ତି। ଏନେଇ ତାଙ୍କ ପତ୍ନୀ କହିଛନ୍ତି, ସ୍ବାମୀ କଶ୍ମୀରର ପହଲଗାମ୍ରେ କାର୍ଯ୍ୟରତ ଅଛନ୍ତି। ଆଗରୁ ଫୋନରେ କଥା ହେଉଥିଲେ। ଏବେ ଆଉ ସମ୍ଭବ ହେଉନାହିଁ। ଦିନକୁ ୨ ମିନିଟ୍ରୁ କମ୍ ସମୟ କଥା ହେଉଛନ୍ତି। କଥା ହେବା ପାଇଁ ସୁଯୋଗ ଦିଆଯାଉନାହିଁ। ଆମେ ଫୋନ କଲେ ଉତ୍ତର ମିଳୁନାହିଁ। ସେପଟୁ କେତେବେଳେ କେମିତି ଫୋନ କରୁଛନ୍ତି। ଗତ ଶୁକ୍ରବାର ରାତିରେ ତାଙ୍କ କ୍ୟାମ୍ପ ଉପରେ ପାକିସ୍ତାନ ଆକ୍ରମଣ କରିଛି। ସୌଭାଗ୍ୟ ବଶତଃ ତାଙ୍କର କିଛି ହେୋଇନାହିଁ। ପୁଅ ନବମରେ ଏବଂ ଝିଅ ପ୍ରଥମରେ ପଢ଼ୁଛନ୍ତି। ସେମାନେ ଖାଲି ବାପାଙ୍କ କଥା ପଚାରୁଛନ୍ତି। ଆମେ ଭୟଭୀତ ଅବସ୍ଥାରେ ରହୁଛୁା ଘରେ ରୋଷେଇ ହେଉଛି, କିନ୍ତୁ ଆମେ ଖାଇ ପାରୁନାହୁଁ। ଭଗବାନଙ୍କ ପାଖରେ ପ୍ରାର୍ଥନା ଯୁଦ୍ଧ ବନ୍ଦ ହେଉ, ସେ ଭଲରେ ଘରକୁ ଫେରି ଆସନ୍ତୁ।