ବାଇକ ଓ ଟାଟା ଏସି ମୁହାଁ ମୁହିଁ ଧକ୍କା, ଜଣେ ମୃତ ଓ ଜଣେ ଆହତ

ସାଲେପୁର : ବାଇକ ଓ ଟାଟା ଏସି ମୁହାଁ ମୁହିଁ ଧକ୍କା । କଟକ ଚାନ୍ଦବାଲି ରାସ୍ତାର ଚାନ୍ଦୋଳ ଅନୁଆପଡା ଛକ ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ମୃତକ ହେଲେ କଟକ ଜିଲ୍ଲା ମହଙ୍ଗା ଥାନା ବରଦିଆ ଗ୍ରାମର  ସୁମନ୍ତ ଓଝା (୨୭) । ସେହିପରି ଆହାତ ଜଣକ ହେଲେ ବିକାଶ ରଞ୍ଜନ ବରାଳ ।

ସୂଚନା ମୁତାବକ କେନ୍ଦ୍ରାପଡା ଅଞ୍ଚଳରୁ ଫେରୁଥିବାବେଳେ ଟାଟାଏସି ସହ ବାଇକ ଦୁର୍ଘଟଣାଗସ୍ତ ହୋଇଥିଲା । ସେମାନଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ ।  ଅନ୍ୟ ଜଣେ ଗୁରୁତରଙ୍କୁ କଟକ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ  ପହଞ୍ଚି  ଟାଟା ଏସି ଓ ବାଇକକୁ  ଜବତ  କରି  ତଦନ୍ତ ଚଳାଇଥିବା  ନେଇ  ସୂଚନା ମିଳିଛି ।

Umasankar Adv
Leave A Reply

Your email address will not be published.