ବାଲେଶ୍ଵର : ଗ୍ୟାସ ଟାଙ୍କି ବିସ୍ଫୋରଣରେ ଉଡ଼ିଲା ଘର । ଗୋଟିଏ ନୁହେଁ ଏକାଥରେ ଫାଟିଲା ୯ରୁ ଅଧିକ ଗ୍ୟାସ ଟାଙ୍କି । ବାଲେଶ୍ଵର ବଳରାମଗଡ଼ି ଥାନା ଅଧୀନ ନାଉପାଳ ଗଡିରେ ଘଟିଛି ବଡ଼ ଦୁର୍ଘଟଣା । ଆଜି ସକାଳେ ଏକ ଦୋକାନ ଘରେ ବେଆଇନ ଭାବରେ ୬୦ ରୁ ଅଧିକ ଗ୍ୟାସ ଟାଙ୍କି ରଖା ଯାଇଥିବା ବେଳେ ହଠାତ ନିଆଁ ଲାଗି ବିସ୍ପୋରଣ ଘଟିଥିଲା । ଗୋଟିଏ ପରେ ଗୋଟିଏ ୯ରୁ ଅଧିକ ଟାଙ୍କିରେ ନିଆଁ ଲାଗି ଫାଟିଥିଲା ଟାଙ୍କି । ଏତେ ପ୍ରଚଣ୍ଡ ଶବ୍ଦ ହୋଇଥିଲା ଯେ ସ୍ଥାନୀୟ ଲୋକ ଭୟଭୀତ ହୋଇପଡିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।