ଚଳନ୍ତା କାରରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ, ପ୍ରତିବାଦ କରିବାରୁ ଜଣଙ୍କ ଉପରେ ଚଢ଼ାଇଦେଲେ କାର

ଉତ୍ତରପ୍ରଦେଶରୁ ଆସିଲା ଏକ ନିନ୍ଦନୀୟ ଘଟଣା । ତିନି ଜଣ ଲୋକ ଜଣେ ନାବାଳିକାକୁ ଚଳନ୍ତା କାରରେ ଗଣଦୁଷ୍କର୍ମ କରିଥିଲେ । ଚାକିରି ଲୋଭ ଦେଖାଇ ୨ଜଣଙ୍କୁ ଆଣିଥିଲେ । ହେଲେ ସେଥିରୁ ଜଣଙ୍କ ସହ ଦୁଷ୍କର୍ମ କରିଥିଲେ । ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବୁଲଦସହର ମେରଟ ନ୍ୟାସନାଲ ହାଇୱେ ଏପରି ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ, ମେ ୬ ତାରିଖରେ ୨ ଯୁବତୀଙ୍କୁ ଚାକିରି ଲୋଭ ଦେଖାଇ ୩ ଜଣ ଲୋକ ଜଣଙ୍କ ସହ ଦୁଷ୍କର୍ମ କରିଥିଲେ । ଏଭଳି କୁକାର୍ଯ୍ୟକୁ ଅଭିଯୁକ୍ତଙ୍କୁ ଚାପୁଡା ମାରିଥିଲା । ତେଣୁ ସେମାନେ ଗାଡି ବାହାରକୁ ଫୋପାଡି ଦେଇଥିଲେ ।  ଫଳରେ ଅଜଣା ଗାଡି ଚଢି ଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ପୋଲିସକୁ ଝିଅର ମୃତ ଶରୀର ରାସ୍ତାରୁ ମିଳିଥିଲା ତେଣୁ ଏହାକୁ ଦୁର୍ଘଟଣା ଭାବିନେଇଥିଲେ ପୋଲିସ କିନ୍ତୁ ଏହାର କାରଣ ଖୋଜିବାକୁ ଚେଷ୍ଟା କରିନଥିଲା ମୃତ ଝିଅଟି ହେଲା ବିହାରର ବାସିନ୍ଦା ବୋଲି ଜଣାପଡୁଛି । ସେ ଗୌତମବୁଦ୍ଧ ନଗର ସୁରଜପୁରରେ ରହି ଏକ ହୋଟେଲରେ କାମ କରୁଥିଲେ ।

Umasankar Adv

ଏପଟେ ପୀଡିତା ଝିଅଟି କାରରୁ ଡେଇଁ ନିଜ ଜୀବନକୁ ବଞ୍ଚାଇଥିଲା । ପରେ ଆସି ଥାନାରେ ଅଭିଯୁକ୍ତଙ୍କ ନାଁରେ ଅଭିଯୋଗ କରିଥିଲା । ପୀଡିତା ଜଣକ ହେଲେ ପ୍ରତାପଗଡ଼ ଜିଲ୍ଲାର ଚିଲଭିଲାର ବାସିନ୍ଦା। ପୀଡିତା ଜଣକ ମଧ୍ୟ ଗୌତମ ବୁଦ୍ଧ ନଗରର ସୁରଜପୁର ଅଞ୍ଚଳର ବାସିନ୍ଦା । ପୀଡିତା ପୋଲିସକୁ କହିଛି ଯେ,ମେ ୬ତାରିଖରେ ଅମିତ୍ ନାମକ ଜଣେ ଯୁବକ ଚାକିରି ପାଇଁ ତାଭ୍କୁ ପ୍ରସ୍ତାବ ଦେଇଥିଲେ । ସେ ତାଙ୍କର ମଧ୍ୟ ପରିଚିତ ଥିଲେ । ଅମିତ୍ ତାଙ୍କୁ କହିଥିଲେ ସେ ମଧ୍ୟ ଯିବେ । ତେଣୁ ଝିଅଟି ତା’ ସାଙ୍ଗ ସହ ଅମିତ କହିଥିବା ସ୍ଥାନକୁ ଯାଇଥିଲେ । ଅମିତଙ୍କ ସହ ତାଙ୍କ ବନ୍ଧୁ ସନ୍ଦୀପ ମଧ୍ୟ ଥିଲେ । ବିଳମ୍ବିତ ରାତିରେ ଦୁହିଁଙ୍କୁ କାରରେ ନେଇଥିଲେ । ପରେ ତାଙ୍କୁ ଜୋରଜବରଦସ୍ତ କରି ମଦ ପିଆଇଥିଲେ । ତା ସହିତ ତାଙ୍କୁ ମାଡ ମାରିବା ସହ ଦୁଷ୍କର୍ମ କରିଥିଲେ । ତାଙ୍କ ସାଙ୍ଗ ପ୍ରତିବାଦ କରିବାରୁ ଗୋଇଠା ମାରି କାର୍ ବାହାରକୁ ଫୋପାଡି ଦେଇଥିଲେ ।

ଅନ୍ୟପଟେ ପୀଡିତା ଆହୁରି ମଧ୍ୟ କହିଛନ୍ତି କୌଣସି ଉପାୟରେ ଖୁର୍ଜାର ଅଭିଯୁକ୍ତଙ୍କ ପାଖରୁ ଖସି ଆସିବାରେ ସଫଳ ହୋଇଥିଲେ । ମୃତ ଝିଅର ପୋଷ୍ଟମର୍ଟମ କରାଯିବାରୁ ତାଙ୍କ ଶରୀରର ୧୨ ଟି ସ୍ଥାନରେ ଦାଗ ଚିହ୍ନଟ ହୋଇଥିଲା । ଯାହା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ହତ୍ୟା, ଅପହରଣ ଏବଂ ଗଣଦୁଷ୍କର୍ମ ଧାରା ଅନୁଯାୟୀ ଏହି ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.