ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍, ୨୨ ଗିରଫ

ବ୍ରହ୍ମପୁର : ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍, ୨୨ ଗିରଫ। ଗଞ୍ଜାମ ଜିଲ୍ଲା ପାତିସୁନାପୁରରେ ଠାକୁରାଣୀ ଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା। ବିବାଦ ଉଗ୍ରରୂପ ନେଇଥିଲା। ଆଉ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷରେ ଉଭୟ ଗୋଷ୍ଠୀର ଏକାଧିକ ଲୋକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ସେପଟେ ବିବାଦ ପରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା। ପ୍ରଶାସନ ପକ୍ଷରୁ ୧୬୩ ଲାଗୁ କରିବା ସହ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଗତକାଲି ରାତିରେ ହଠାତ ଗୋଟିଏ ଗୋଷ୍ଠୀର ଲୋକ ମୁତୟନ ଥିବା ପୋଲିସ କର୍ମଚାରୀଙ୍କୁ ପଥର ଓ ବୋତଲ ମାଡ଼ କରିଥିଲେ। ଏଥିରେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣାରେ ପୋଲିସ ଗୋଟିଏ ଗୋଷ୍ଠୀର ପ୍ରାୟ ୨୨ ଜଣଙ୍କୁ ଗିରଫ କରିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Umasankar Adv
Leave A Reply

Your email address will not be published.