Report By Bapisan
ଯାଜପୁର ଟାଉନ : ଅନଲାଇନ୍ ଗେମ୍ ଖେଳି ସର୍ବସ୍ବାନ୍ତ ହେଲେ ଯୁବକ । ଚାଲିଗଲା ୯୧ ଲକ୍ଷ । ଠକାମୀର ଶିକାର ହୋଇଛନ୍ତି ଯାଜପୁର ସଦର ବ୍ଲକ୍ ବିଦ୍ୟାଧରପୁର ଗାଁର ଧୀରେନ୍ଦ୍ର କୁମାର ନାୟକ । ଦମନ ନାମକ ସଂସ୍ଥାରେ ଅନଲାଇନ ଖେଳ ଖେଳି ୯୧ଲକ୍ଷ ଟଙ୍କା ହରାଇଛନ୍ତି । ଧୀରେନ୍ଦ୍ର ପ୍ରଥମେ ୫୦୦ଟଙ୍କାରୁ ଖେଳ ଆରମ୍ଭ କରିଥିଲେ। ଲାଭ ହେବାରୁ ଲୋଭ ବଢିଥିଲା । ଧିରେ ଧିରେ ଅଧିକରୁ ଅଧିକ ଟଙ୍କା ଲଗାଇ ଖେଳିଲେ । ଏପରିକି ନିଜ ୯ଗୁଣ୍ଠ ଜମି, ୪୦୦ଗ୍ରାମ ଓଜନର ସୁନା, ବ୍ୟକ୍ତିଗତ ଜମାରୁ ୧୦ଲକ୍ଷ ଟଙ୍କା ଓ ହାତ ଉଧାରୀ ୧୦ଲକ୍ଷ ଟଙ୍କା ମିଶାଇ ମୋଟ ୯୧ଲକ୍ଷ ଟଙ୍କା ଲଗାଇଦେଇଥିଲେ । ହେଲେ ସବୁକିଛି ଚାଲିଗଲା । ଧୀରେନ୍ଦ୍ର ଏହାକୁ ନେଇ କ୍ରାଇମ୍ ବ୍ରାଞ୍ଚ ଡ଼ିଜି, ସାଇବର୍ କ୍ରାଇମ ଥାନା ଓ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି।
