୯୧.୨ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ ହେଲେ ତନିଶା

ଫୁଲବାଣୀ :ସିବିଏସଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏନେଇ କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ଥିବା ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଅଧୟନ କରୁଥିବା ଛାତ୍ରୀ ତନିଶା ସେନାପତି ସିବିଏସଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀରେ ୯୧.୨ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ ହୋଇଛନ୍ତି । ତନିଶା ହେଉଛନ୍ତି କ୍ରିଷ୍ଣା ସେନାପତି ( ପିତା ) ମାତା ସନ୍ତୋଷୀ ସେନାପତିଙ୍କ ସୁପୁତ୍ରୀ । ତେବେ ଛାତ୍ରୀ ତନିଶା ନିଜର ସଫଳତା ପାଇଁ ମାତାପିତାଙ୍କ ସହ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକମାନଙ୍କୁ ଶ୍ରେୟ ଦେଇଥିବା ବେଳେ ତନିଶାଙ୍କ ସଫଳତା ପରେ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକଙ୍କ ଠାରୁ ଆରମ୍ଭ କରି ପରିବାର ପରିଜନ ଏବଂ ଫୁଲବାଣୀ ଅଞ୍ଚଳରୁ ସୁଭେଚ୍ଛାର ସୁଅ ଛୁଟୁଛି ।

Umasankar Adv
Leave A Reply

Your email address will not be published.