ପରିଚୟ ହଜାଇବାକୁ ବସିଲାଣି ଗୋଲମରିଚ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚା ଓ ତା’ ପରିସର ମଧ୍ୟରେ ରହିଥିବା ଗୋଲମରିଚ ଏବେ ନିଜ ପରିଚୟ ହଜାଇବାକୁ ବସିଲାଣି। ବଗିଚା ଯେଉଁଭଳି ଅସୁରକ୍ଷିତ ସେଠାକୁ ଦୈନିକ ଆସୁଥିବା ପର୍ଯ୍ୟଟକ ମଧ୍ୟ ଅସୁରକ୍ଷିତ। ପ୍ରକାଶ ଯେ, ଏବେ କଫି ବଗିଚା ପରିସରରୁ ଗୋଲମରିଚ ତୋଳିବା କାର୍ଯ୍ୟ ସରିଯାଇଛି। କଞ୍ଚାରେ ଗୋଲମରିଚ ପ୍ରାୟ ୮୩ କ୍ୱିଣ୍ଟାଲ ସଂଗ୍ରହ କରାଯାଇଥିବା କୁହାଯାଇଛି କିନ୍ତୁ ଏହାଠାରୁ ବହୁ ଅଧିକ ଗୋଲମରିଚ ଅମଳ କରାଯାଉଥିବା ବେଳେ ପୂର୍ବରୁ ବେସରକାରୀ ସଂସ୍ଥାକୁ ଅତି ଶସ୍ତାରେ ଟେଣ୍ଡର ଦେଇ ଲକ୍ଷାଧିକ ଟଙ୍କା ବରବାଦ କରାଯାଇଥିଲା। ଚଳିତ ବର୍ଷ ପ୍ରଥମଥର ପାଇଁ ବାଲିଗୁଡ଼ା ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)କୁ ଏହି ଦାୟିତ୍ୱ ଦିଆଯାଇଛି କିନ୍ତୁ ଆଉ ପୂର୍ବ ଭଳି ଗୋଲମରିଚ ସଂଗ୍ରହ ହେଉ ନ ଥିବା ବେଳେ ଗୋଲମରିଚ ସଂଗ୍ରହ ପୂର୍ବରୁ ପ୍ରବଳମାତ୍ରାରେ ଚୋରି ହେଉଥିବା ଅଭିଯୋଗ ହେଉଛି। ଏହାର ସୁରକ୍ଷା ପାଇଁ ଦାବି ହେଉଛି।

Leave A Reply

Your email address will not be published.