କୋରାପୁଟ: ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍ । ଦୁଇ ମହିଳାଙ୍କ ସମେତ ଜଣେ ତିନି ମୃତ । ଅନ୍ୟ ୩ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟକୁ ସ୍ଥାନାନ୍ତରିତ କରାଯାଇଛି । କୋରାପୁଟ ବୈପାରୀଗୁଡା ଚନ୍ଦ୍ରପୋଡ଼ା ନିକଟରେ ଘଟିଛି ଦୁର୍ଘଟଣା । ନୟାଗଡ଼ରୁ ମାଲକାନଗିରି ଯାଉଥିବା ସମୟରେ କାରଟି ଗଛରେ ପିଟି ହୋଇଯାଇଥିଲା । ସମସ୍ତ ଯାତ୍ରୀ ନୟାଗଡ଼ ଓଲ୍ଡ ଟାଉନ ଅଞ୍ଚଳର । ବୈପାରୀଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଡ୍ରାଇଭରର ଆଖି ଲାଖିଯିବା ଫଳରେ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।