କାମାକ୍ଷାନଗର: ବନ୍ୟଜନ୍ତୁ ଶିକାରୀଙ୍କୁ ମାଡିବସିଲା ବନବିଭାଗ । ୧୦ କେଜି ବାରହା ମାଂସ, ମଲା ଗୋଧି ଓ ସ୍କର୍ପିଓ ଗାଡି ସହ ପାଞ୍ଚ ଜଣଙ୍କୁ ଅଟକ ରଖିଛି ବନବିଭାଗ । ଢେଙ୍କାନାଳ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବାଟଗାଁ – କଙ୍କଡାହାଡ଼ ରାସ୍ତାରେ ଶିକାରୀଙ୍କୁ ମାଡିବସିଲା ବନବିଭାଗ । ପାଟ୍ରୋଲିଂ କରୁଥିବା ସମୟରେ ବାଟଗାଁ – କଙ୍କଡାହାଡ଼ ରାସ୍ତାରେ ଏକ ଧଳା ରଙ୍ଗର ସ୍କର୍ପିଓ ଛିଡା ହୋଇଥିବା ଦେଖିବାକୁ ପାଇଥିଲେ ବନବିଭାଗ କର୍ମଚାରୀ । ଗାଡ଼ିକୁ ଦେଖି ସନ୍ଦେହ ହେବାରୁ ବନବିଭାଗ କର୍ମଚାରୀ ସେଠାରେ ଅଟକି ଗାଡିର ଖାନତଲାସୀ କରୁଥିବା ବେଳେ ସେଥିରୁ ବାରହା ମାଂସ, ଗୋଟିଏ ମଲାଗୋଧି ଥିବାର ଦେଖିବାକୁ ପାଇଥିଲେ । ଗାଡିରେ ଥିବା ପାଞ୍ଚଜଣ ବନକର୍ମଚାରୀଙ୍କୁ ଦେଖି ସେଠାରୁ ଫେରାର ହେବା ପାଇଁ ଚେଷ୍ଟା କରୁଥିବା ବେଳେ ବନକର୍ମଚାରୀ ମାନେ ସେମାନଙ୍କୁ କାବୁ କରିବାକୁ ସକ୍ଷମ ହୋଇ ଅଟକ ରଖିଥିଲେ । ପରେ ତଦନ୍ତ କରିବାରୁ ଅଟକ ପାଞ୍ଚଜଣ କେନ୍ଦୁଝର ଜିଲ୍ଲା ତେଲକୋଈ ଥାନା ପୁରୁଯୋଡ଼ା ଗାଁର ବନ୍ୟଜନ୍ତୁ ଶିକାରୀ ହୋଇଥିବା ଜାଣିବାକୁ ପାଇଥିଲେ । ସମସ୍ତ ଶିକାରୀ ଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ରେଞ୍ଜର କୈଳାସ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।