ପୁରୀରେ ବୀଭତ୍ସ ହତ୍ୟାକାଣ୍ଡ , ପଇଡ ତୋଳା ବିବାଦକୁ ନେଇ ଯୁବକଙ୍କୁ ହାଣି ହତ୍ୟା

ପୁରୀ : ପୁରୀରେ ପଇଡ ତୋଳା ବିବାଦକୁ ନେଇ ବୀଭତ୍ସ ହତ୍ୟା । ବାସେଳିସାହି ମଶାଣିଚଣ୍ଡୀ ସାହିରେ ହତ୍ୟାକାଣ୍ଡ ହୋଇଛି । ହତ୍ୟାର ଶିକାର ହୋଇଛନ୍ତି ମଶାଣିଚଣ୍ଡୀ ସାହିର କୁନା ବେହେରା  । ସୂଚନା ଅନୁସାରେ, କୁନାଙ୍କ ଅନ୍ୟ ଜଣେ ଯୁବକଙ୍କ ସହିତ ପଇଡ଼ ତୋଳାକୁ କେନ୍ଦ୍ର କରି ବିବାଦ ହୋଇଥିଲା ।  କୁନା ଘରେ ଶୋଇଥିବା ସମୟରେ ଅଭିଯୁକ୍ତ ଘରେ ପଶି ତାଙ୍କୁ ହାଣିଥିଲେ ।  ଫଳରେ କୁନାଙ୍କର ମୃତ୍ୟୁ ହୋଇଛି । ଖବରପାଇ ବାସେଳିସାହି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.