ବିଧବା ଆଦିବାସୀ ବୃଦ୍ଧାଙ୍କ ସମେତ ତିନି ସଦସ୍ୟଙ୍କର ଭଙ୍ଗାରୁଜା ଘରେ ବିତୁଛି ଜୀବନ

ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକ କୁଡୁତେଲି ପଞ୍ଚାୟତ ଅନ୍ତର୍ଗତ ବଲମରପଦା କଙ୍ଗଡ଼କାମ୍ବା ସାହିର ନୁନ୍ଦେ ପ୍ରଧାନ ଜଣେ ଆଦିବାସୀ ବିଧବା ବୃଦ୍ଧା। ନିଜ ପୁଅ ବୋହୁଙ୍କୁ ନେଇ ଦୀର୍ଘ ବର୍ଷ ହେଲା ଭଙ୍ଗା କୁଡ଼ିଆ ଘରେ ରହିଆସୁଛନ୍ତି । କିନ୍ତୁ ଦୁଃଖର ବିଷୟ ସରକାର ଗରିବ ହିତାଧିକାରୀଙ୍କ ପାଇଁ ରହିବା ପାଇଁ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦିଆଯାଉଛି। କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁ ସରକାରୀ ଯୋଜନା  ବିଧବା ଆଦିବାସୀ ବୃଦ୍ଧାଙ୍କ ନିକଟରେ ପହଞ୍ଚି  ପାରୁନାହିଁ। ଯାହା ଫଳରେ ଗରିବ ପରିବାରର ଝାଟିମାଟି କୁଡ଼ିଆରେ ଜୀବନ ବିତୁଛି । ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କୌଣସି କାର୍ଯ୍ୟ ନହେବା ପରିବାର ସଦସ୍ୟ କହିଛନ୍ତି। ଦିନ ମଜୁରିଆ ଭାବେ କାମ କରି ଯେତିକି ମିଳୁଛି ସେତିକିରେ ପରିବାର ଚଳିବା କଷ୍ଟ, ଏପରିସ୍ଥଳେ ଘର ଖଣ୍ଡିଏ ତିଆରି କରିବା ଅସମ୍ଭବ ବୋଲି ନୁନ୍ଦେ ପ୍ରଧାନ କହିଛନ୍ତି। 

Leave A Reply

Your email address will not be published.