ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ, ସୁଯୋଗ ନେଇ ଘରେ…

ଖଜୁରିପଡ଼ା : ଖଜୁରିପଡ଼ା ପଞ୍ଚାୟତ ପାଖ ଏକ ଶିକ୍ଷୟିତ୍ରୀଙ୍କ ଘରୁ ଚୋର କଳାକନା ବୁଲାଇଥିବା ଅଭିଯୋଗ ହୋଇଛି। ଖଜୁରିପଡ଼ା ୟୁପି ଗାଲସ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ କୁମକୁମ ଆଚାର୍ଯ୍ୟ ବୁଧବାର ଖଜୁରିପଡ଼ା ଥାନରେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ କୁମକୁମ ଆଚାର୍ଯ୍ୟଙ୍କ ସ୍ବାମୀଙ୍କ କିଛି ଦିନ ତଳେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କର ଏକ ମାତ୍ର ପୁଅ ଭୁବନେଶ୍ବରରେ ରୁହନ୍ତି। ୨ ଦିନ ତଳେ ନିଜ ସମ୍ପର୍କୀୟଙ୍କ ଘରକୁ କୌଣସି କାମରେ ଆସି ରହି ଯାଇଥିଲେ। ଏହାର ସୁଯୋଗ ନେଇ ରାତିରେ ଚୋର ତାଙ୍କ ଘରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ରୂପା ଗହଣା ଟଙ୍କା ନେଇଯାଇଛନ୍ତି। ଏହି ଅଭିଯୋଗକୁ ଭିତ୍ତିକରି ଫୁଲବାଣୀରୁ ଡଗ ସ୍କ୍ବାଡ, ବୌଦ୍ଧରୁ ସାଇଣ୍ଟ ଫିକ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅତିଶୀଘ୍ର ଚୋରଙ୍କୁ ଗିରଫ କରାଯିବ ବୋଲ ଖଜୁରିପଡ଼ା ଥାନା ଅଧିକାରୀ ଚାପଧାରି ପ୍ରଧାନ କରିଛନ୍ତି।

Leave A Reply

Your email address will not be published.