
ପୁରୀ : ଏଣିକି ପୁରୀ ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ଟେକନୋଲୋଜି । ଏନେଇ ପୋଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ। ଆଣ୍ଟିଡ୍ରୋନ ଟେକନୋଲୋଜି ଲାଗିବା ପରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିଲେ ଏହାକୁ ଖସାଇ ଦିଆଯାଇ ପାରିବ। ଆବଶ୍ୟକ ପଡିଲେ ମନ୍ଦିର ପ୍ରଶାସନ ଅର୍ଥ ଦେବ । ଏନେଇ ବିଚାର ଚାଲିଥିବା କହିଛନ୍ତି ଆଇନ ମନ୍ତ୍ରୀ । ସେହିପରି ଆଗକୁ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଅଣ୍ଟିଡ୍ରୋନ ଟେକନୋଲୋଜି ଲାଗିପାରେ। ଏହାକୁ ଚର୍ଚ୍ଚା ଆଲୋଚନା ଚାଲିଛି।
