ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପୁଅ ଯୁକ୍ତ ଦୁଇ ବିଜ୍ଞାନରେ ୯୫.୩୩ ପ୍ରତିଶତ ମାର୍କ ରଖିଛନ୍ତି

fulbani poura parisada

ବାଲିଗୁଡା: ପୁରା ପରିବାରରେ ଦେଖିବାକୁ ମିଳିଛି ଖୁସିର ଝଲକ । ମିଠା ଖୁଆଇ ପରସ୍ପର ଖୁସି ହେଉଛନ୍ତି । ହସ ଖୁସିରେ ଫାଟିପଡ଼ୁଛି ପୁରା ପରିବେଶ । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପୁଅର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସଫଳତା ଆଣିଛନ୍ତି । ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୬୦୦ ମାର୍କରୁ ମୋଟ ୫୭୨ ନମ୍ବର ସହ ୯୫.୩୩ ପ୍ରତିଶତ ମାର୍କ ରଖି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ହାସଲ କରିଛନ୍ତି l କନ୍ଧମାଳ ଜିଲ୍ଲା ବାଲିଗୁଡା ସହରର ଆଇଟିଡିଏ କଲୋନୀର ସନ୍ତୋଷ ସୁଆରଙ୍କ ସାନ ପୁଅ ତାରା ପ୍ରସାଦ ସୁଆର ଏହି ସଫଳତା ହାସଲ କରିଛନ୍ତି । ତାରା ପ୍ରସାଦଙ୍କ ବାପା ବାଲିଗୁଡା ଆଇଟିଡିଏ କାର୍ଯ୍ୟାଳୟରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ହିସାବରେ ଡେଲି ୱେଜେସ ବେସିସ ରେ ଡାଟା ଏଣ୍ଟ୍ରି ଅପେରେଟର ଭାବେ କାମ କରନ୍ତି । କିନ୍ତୁ ଅଭାବ ଅନାଟନ ମଧ୍ୟରେ ରହି ମଧ୍ୟ ପାଠ ପଢାକୁ ପ୍ରାଥମିକତା ଦେବା ସହ ପୁଅକୁ ସବୁବେଳେ ଉତ୍ସାହିତ କରିଛନ୍ତି ସନ୍ତୋଷ । ଏଥିସହ ସନ୍ତୋଷଙ୍କ ପୁଅ ତାରା ପ୍ରସାଦ ନିଜ ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ କରି ଯୁକ୍ତ ଦୁଇ ବିଜ୍ଞାନ ରେ ଏପରି ସଫଳତାର ଭେଟି ନିଜ ପିତା ମାତାଙ୍କୁ ଦେଇ ପାରିଛନ୍ତି । ପୁଅର ସଫଳତା ପାଇଁ ତାରା ପ୍ରସାଦଙ୍କ ପିତାମାତା ଗୌରବ ଅନୁଭବ କରିବା ସହ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ମଧ୍ୟ ଛୁଟୁଛି । ପୂର୍ବରୁ ମଧ୍ୟ ତାରା ପ୍ରସାଦ ମେଟ୍ରିକ ପରୀକ୍ଷା ରେ A1 ଗ୍ରେଡ଼ ରେ ୯୩.୬୬ ପ୍ରତିଶତ ମାର୍କ ରଖି ବାଲିଗୁଡା ଉପଖଣ୍ଡର ଟପ୍ପର ହୋଇଥିଲେ । ଭବିଷ୍ୟତରେ ଜଣେ ଡାକ୍ତର ହୋଇ ନିଜ କନ୍ଧମାଳ ଜିଲ୍ଲାରେ ଜନସାଧାରଣଙ୍କ ସେବା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ତାରା ପ୍ରସାଦ । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମେଧାବୀ ପୁଅର ଏପରି ସଫଳତାକୁ ନେଇ ବେଶ ଉତ୍ସାହିତ ତାରା ପ୍ରସାଦଙ୍କ ପରିବାର, ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଂଚଳବାସୀ ।

057 code kasam
Leave A Reply

Your email address will not be published.