ବଲିଉଡ୍ ଫିଲ୍ମ ଜଗତକୁ ବିଦାୟ କହିଲେ ଆଥିଆ ..ସୂଚନା ଦେଲେ ବାପା ସୁନୀଲ

fulbani poura parisada

ଆଥିଆ ସେଟ୍ଟୀ ହେଉଛନ୍ତି ବଲିଉଡ୍ ର ଚର୍ଚ୍ଚିତ ସୁପରଷ୍ଟାର ସୁନୀଲ ସେଟ୍ଟୀଙ୍କ ଝିଅ । ବର୍ତ୍ତମାନ ସେ ବଲିଉଡକୁ ଅଲବିଦା କହିଛନ୍ତି ।  ତେବେ ଏହି କଥାକୁ କନଫର୍ମ କରିଛନ୍ତି ଆଥିଆଙ୍କ ବାପା ସୁନୀଲ ସେଟ୍ଟୀ ।  ନିକଟରେ ସୁନୀଲ କେଶରୀ ବୀର ଫିଲ୍ମର ପ୍ରମୋଶନରେ ଥିଲେ ।  ସେହିଠାରେ ହିଁ ଫ୍ୟାନମାନଙ୍କୁ କହିଥିଲେ ଯେ, ମୋ ଝିଅ ଆଥିଆ ଆଉ ଫିଲ୍ମ କରିବାକୁ ଚାହୁଁନି । ସର୍ବୋତ୍ତମ ଚଳଚ୍ଚିତ୍ରରେ ସେ କାମ କରୁଛନ୍ତି । ତାହା ହେଉଛି  ଜଣେ ମାଆର ଭୂମିକା ।  ସେ ଏହାକୁ ଭଲ ପାଉଛନ୍ତି  ବୋଲି କହିଛନ୍ତି ବାପା ସୁନୀଲ ।  ଆଥିୟା ସେଟ୍ଟୀ ୨୦୧୫ ମସିହାରେ ହିରୋ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିଲେ ।  ଏହି ଫିଲ୍ମ ମାଧ୍ୟମରେ ସୂରଜ ପାଞ୍ଚୋଲି ମଧ୍ୟ ଡେବ୍ୟୁ କରିଥିଲେ ।  ଏହା ପରେ ଆଥିଆ ଚଳଚ୍ଚିତ୍ର ମୁବାରକାନ୍ ୨୦୧୭ ରେ କାମ କରିଥିଲେ । ସେ “ନୱାବଜାଦେ” ଚଳଚ୍ଚିତ୍ରରେ ଏକ ଅତିଥି ଭୂମିକା ମଧ୍ୟ କରିଥିଲେ ।  ଆଥିଆଙ୍କୁ ଶେଷ ଥର ପାଇଁ ୨୦୧୯  ଚଳଚ୍ଚିତ୍ର ମୋଟିଚୋର ଚକ୍ରନାଚରରେ ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା ​​। ସୁନୀଲ କହିଥିଲେ, “ଆଥିୟା ମାତୃତ୍ୱକୁ ଗ୍ରହଣ କରିଛନ୍ତି ।  ପ୍ରତ୍ୟେକ ପିତା ତାଙ୍କ ଝିଅମାନଙ୍କୁ ଛୋଟ ପିଲା ପରି ଭାବନ୍ତି । ମୁଁ ମଧ୍ୟ ସେହିପରି ଭାବୁଥିଲି ଏବଂ ଭାବୁଥିଲି ଯେ ସେ ମାତୃତ୍ୱକୁ ସମ୍ଭାଳି ପାରିବେ କି ନାହିଁ, କିନ୍ତୁ ସେ ଅତି ନିଖୁଣ ଭାବରେ ମାତୃତ୍ଵ କୁ ନିଭାଇ ପାରୁଛି ଏହାକୁ ଦେଖି ମୁ ଆଶ୍ଚର୍ଯ୍ୟ ହୋଇଯାଉଛି  । କିଛି ଦିନ ପୂର୍ବରୁ ଆଥିଆ ଏବଂ କେ.ଏଲ ରାହୁଲ ପିତାମାତା ହୋଇଛନ୍ତି ।  ଆଥିଆ ଏବେ ସବୁ ସମୟ ତା’ଝିଅକୁ ଦେବାକୁ ଚାହୁଁଛନ୍ତି ।  ଆଥିଆ ଏବେ ସବୁଠୁ ବେଷ୍ଟ ଫିଲ୍ମରେ କାମ କରୁଛନ୍ତି ।  ଆଉ ତାହା ହେଉଛି ଜଣେ ମା’ର କର୍ତ୍ତବ୍ୟ କରିବା ।  ମୋର ମୋ ଝିଅ ଉପରେ ମୋର ଦୃଢ଼ ବିଶ୍ବାସ ରହିଛି ବୋଲି କହିଛନ୍ତି ବାପା ସୁନୀଲ । ଆମେ ଆପଣଙ୍କୁ କହି ରଖୁଛୁ କି ଆଥିୟା ସେଟ୍ଟୀ ଏହି ବର୍ଷ ମାର୍ଚ୍ଚ ମାସରେ ମା ହୋଇଥିଲେ । ଆଥିଆ ଶେଟ୍ଟୀ ଏବଂ କେଏଲ ରାହୁଲ ୨୪ ମାର୍ଚ୍ଚରେ ସେମାନଙ୍କ କନ୍ୟା ସନ୍ତାନକୁ ସ୍ୱାଗତ କରିଥିଲେ ।  ୧୮ ଏପ୍ରିଲରେ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ଏହି ଦମ୍ପତି ତାଙ୍କ ନାମ ଇଭାରା ଦେଇଥିଲେ ।

057 code kasam
Leave A Reply

Your email address will not be published.