
କେନ୍ଦୁଝର : ପୁଣି ରାଜା ଚକ୍ରର ବଢିଲା ଅଡ଼ୁଆ । ଶୁଆକାଟି ସ୍ଥିତ ଗନ୍ଧମାର୍ଦ୍ଧନ କୋ – ଅପରେଟିଭ ଲୋଡିଙ୍ଗ ସୋଶାଇଟି ଅର୍ଥ ହେରଫେର ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ରାଜା ଚକ୍ର ଓ ତାଙ୍କ ସହଯୋଗୀ ସୋଶାଇଟିର ପୂର୍ବତନ ସଭାପତି ମାନଶ ବାରିକ ଓ ସମ୍ପାଦକ ଉତ୍ପଳ ଦାସ । ଏମାନେ ଶୁଆକାଠୀ ସ୍ଥିତ ଜନୈକ ବ୍ୟକ୍ତିଙ୍କୁ ବନ୍ଧୁକ ମୁନରେ ଧମକ ଦେଇ ଜୋର ଜବରଦସ୍ତ ପଇସା ନେବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ସଦର ଥାନାରେ ୧୮୪ ନମ୍ବର ରେ ଏକ ମାମଲା ରୁଜୁ ହୋଇଥିଲା । ଯାହାକୁ ନେଇ ଆଜି ଏମାନଙ୍କୁ କଡା ସୁରକ୍ଷା ମଧ୍ୟରେ କେନ୍ଦୁଝର SDJM କୋର୍ଟରେ ହାଜର କରାଯାଇଥିଲା । ଏହି କେଶ ମଧ୍ୟରେ ରାଜାଙ୍କର ଦୁଇଟି / ରାଜା ଓ ତାଙ୍କ ସହଯୋଗୀଙ୍କର ଗୋଟିଏ ସମୁଦାୟ ୩ଟି କେସ ଥିଲା । ସେଥିମଧ୍ୟରୁ GR କେଶ ନମ୍ବର 53 ଓ 54 ରେ ରାଜା ଚକ୍ର ମାନ୍ୟବର ଉଚ୍ଚ ନ୍ୟାୟାଳୟରୁ ଆନ୍ତରୀଣ ଜାମିନ୍ ରେ ଅଛି। ଅନ୍ୟ ଟି (ସଦର ଥାନା କେଶ ନମ୍ବର ୧୮୪/୨୫ ) ବା GR 645/25 ନମ୍ବର କେଶ୍ ରେ ରାଜା ଚକ୍ରଙ୍କ ଓ ତାଙ୍କ ସହଯୋଗୀଙ୍କର ଜାମିନ୍ ଆବେଦନ ଖାରଜ ହୋଇଛି । ଫଳରେ ରାଜା ଓ ତାଙ୍କ ସହଯୋଗୀଙ୍କୁ ପୁଣିଥରେ ଜେଲ ଯିବାକୁ ପଡିଛି । ହେଲେ ଏହି କେସଟିକୁ କ୍ରାଇମବ୍ରାଞ୍ଚର CID, CB ହାତକୁ ନେଇଛି। ଏଣୁ ଘଟଣାର ଅଧିକା ପଚରାଉଚୁରା କରିବାକୁ କ୍ରାଇମବ୍ରାଞ୍ଚର CID CB କେନ୍ଦୁଝର କୋର୍ଟ ରେ ଆବେଦନ କରିପାରନ୍ତି ।
